ବିବାହର ପ୍ରଭୋଲନ ଦେଖାଇ ଶାରୀରିକ ସମ୍ପର୍କ ରଖି ଯୁବତୀଙ୍କୁ ଗର୍ଭବତୀ ପରେ ଛାଡିବା ମହଙ୍ଗା ପଡ଼ିଲା; ଅଭିଯୁକ୍ତ ଯୁବକ ଓ ଭାଇଙ୍କୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଏକ ବର୍ଷ ପୂର୍ବେ ବିବାହର ପ୍ରଭୋଲନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଯୁବତୀ ଗର୍ଭବତୀ ପରେ ତାଙ୍କୁ ଗ୍ରହଣ ନକରିବା ଉଦ୍ଦେଶ୍ୟରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ଓ ତାଙ୍କ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ଼ ପୋଲିସ। ସୂଚନା ଅନୁସାରେ ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୧ ବର୍ଷ ପୂର୍ବେ ନିୟମଗିରି ବେଦାନ୍ତ ନଗରର ମହେନ୍ଦ୍ର ମାଝୀ ନାମକ ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। ଯୁବକ ଜଣକ ଯୁବତୀଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ବେଳେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକ ମହେନ୍ଦ୍ରଙ୍କୁ ଜଣାଇଥିଲେ। ଏହାପରେ ମହେନ୍ଦ୍ର ଯୁବତୀଙ୍କୁ କହିଥିଲେ ଯେ ବାହାଘର ପରେ ଆମେ ସନ୍ତାନ ପାଇଁ ଯୋଜନା କରିବା।ବର୍ତ୍ତମାନ ଗର୍ଭ ନଷ୍ଟ କରିଦେବା ବୋଲି ମହେନ୍ଦ୍ର ସମେତ ମହେନ୍ଦ୍ରର ପରିବାର ଲୋକେ ବି ଯୁବତୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଗତ ଜୁଲାଇ ମାସ ୧୭ ତାରିଖରେ ଭବାନୀପାଟଣା କୌଣସି ଏକ ଡାକ୍ତରଖାନାକୁ ନେଇଥିଲେ।ଡାକ୍ତର ଯୁବତୀ ଜଣଙ୍କ ଗର୍ଭବତୀ ହୋଇ ଛଅ ମାସରୁ ଉର୍ଦ୍ଧ୍ବ ସମୟ ହୋଇଥିବା ଜାଣି ଗର୍ଭନଷ୍ଟ କରିବାକୁ ମନା କରିଦେଇଥିଲେ ଡାକ୍ତର। ଏହା ପରେ ମହେନ୍ଦ୍ର ଯୁବତୀକୁ ଫେରାଇ ଆଣି ଯୁବତୀଙ୍କୁ ତାଙ୍କ ଘରେ ଆଣି ଛାଡି ଦେଇଥିଲେ। ଯୁବତୀର ପରିବାର ଲୋକେ ଏହି ଘଟଣାର ଅବଗତ ହେବାପରେ ଉଭୟ ପରିବାର ଗୋଟିଏ ଜାତିର ଏବଂ ଯୁବତୀ ଜଣକ ଯୁବକ ମହେନ୍ଦ୍ର ଦ୍ଵାରା ଗର୍ଭବତୀ ହୋଇଥିବାରୁ ଯୁବତୀର ଭାଇ ଓ ପରିବାର ଲୋକେ ମହେନ୍ଦ୍ର ଘରକୁ ନେଇ ଯୁବତୀଙ୍କୁ ଛାଡି ଆସିଥିଲେ। ଇତି ମଧ୍ୟରେ କିଛିଦିନ ଗଲାପରେ ମହେନ୍ଦ୍ର ବେନଗାଁର ଜଣେ ଯୁବତୀକୁ ଆଣି ସ୍ତ୍ରୀ ଭାବେ ରଖିଥିବା ସୂଚନା ପାଇବା ପରେ ଗର୍ଭବତୀ ଯୁବତୀଙ୍କ ପରିବାର ଲୋକେ ନିଜ  ସମାଜର ବୟୋଜ୍ୟେଷ୍ଠ ସମେତ ସମାଜର ବୁଦ୍ଧିଜୀବୀ ମାନଙ୍କୁ ଜଣାଇ ଏକ ବୈଠକ ବସିଥିଲେ। କିନ୍ତୁ ଉକ୍ତ ବୈଠକକୁ ମହେନ୍ଦ୍ର ପରିବାର କେହି ଆସି ନଥିଲେ। ସମାଜର ବୈଠକରେ ଉପସ୍ଥିତ ନହେବା ଆଉ ଅନ୍ୟ ଏକ ଝିଅକୁ ଆଣି ଘରେ ରଖି ସେଇ ଝିଅ ସହିତ ବହାହେବ ବୋଲି ଖବର ପାଇ ପିଡ଼ିତା ଯୁବତୀ ଜଣକ ଅଗଷ୍ଟ ୨ ତାରିଖରେ ଲାଞ୍ଜିଗଡ଼ ଥାନାର ଦ୍ବାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ।

Omkar Vasthu
Omkar Vasthu

ଅଭିଯୋଗ ପରେ ଲାଞ୍ଜିଗଡ ପୋଲିସ ଘଟଣାଟିକୁ ଗୁରୁତର ସହ ନେଇ ଅଗଷ୍ଟ ୩ ତାରିଖରେ ଉଭୟ ପରିବାରକୁ ଡକାଇ ବୁଝାସୁଝା କରିଥିଲେ। ଉଭୟ ପରିବାରଙ୍କ ସହମତି କ୍ରମେ ଅଗଷ୍ଟ ୧୫ ତାରିଖରେ ଦୁହିଁଙ୍କ ବାହାଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ବାହା କରିବା ପାଇଁ କହିବା ପରେ ମହେନ୍ଦ୍ରଙ୍କ ଭାଇ ଚାଁଚେର ମାଝୀ ବିଭିନ୍ନ ଆଳ ଦେଖାଇ ବାହା କରିବା ପାଇଁ ମନା କରି ଦେବାରୁ ପିଡିତା ଯୁବତୀଙ୍କ ପରିବାର ପୁଣି ପୋଲିସଙ୍କ ଦ୍ଵାରସ୍ତ ହୋଇଥିଲେ। ପିଡିତା ଯୁବତୀ ପରିବାରଙ୍କ ଆଧାରରେ ୭୭/୨୪ରେ ଏକ ମାମଲା ରୁଜୁ କରି ଯୁବକ ମହେନ୍ଦ୍ର ଓ ତାଙ୍କ ଭାଇ ଚାଁଚେର ମାଝୀଙ୍କୁ କୋର୍ଟ ଚାଲାଣ କରିଥିବା ଲାଞ୍ଜିଗଡ଼ ଏସ ଆଇ ଲିଙ୍ଗରାଜ ସେଠି ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.