ନର୍ଲା: ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜାକୁ ନେଇ ଉତ୍ସବମୁଖର ପୁରପଲ୍ଲୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ଅଗ୍ରପୂଜ୍ୟ ଭଗବାନ ଶ୍ରୀଗଣେଶଙ୍କ ପୂଜା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସ୍କୁଲ, କଲେଜ ସମେତ ଅନେକ ଅନୁଷ୍ଠାନରେ ପାଳିତ ହୋଇଛି ଗଣେଶ ପୂଜା। ବିଶେଷ କରି ନର୍ଲା ଅଞ୍ଚଳର ଯୁବକ ସଂଘ ମାନଙ୍କରେ ଯୁବ ଗୋଷ୍ଠୀ ଧୁମ୍ ଧାମ୍ ର ସହିତ ପାଳନ କରିଛନ୍ତି ଗଣେଶପୂଜା । ନର୍ଲା ସରସ୍ୱତୀ ଶିଶୁ ମନ୍ଦିର, ମାଉଣ୍ଟନ କିଡ୍ ସ୍କୁଲରେ ସ୍ୱତନ୍ତ୍ର ଭାବରେ ପାଳିତ ହୋଇଯାଇଛି ଗଣେଶ ପୂଜା । ଆସନ୍ତା କାଲି ରବିବାର ନୂଆଖାଇ ଥିବାରୁ ଅପରାହ୍ନରେ ବିସର୍ଜନ ମଧ୍ୟ ସରିଯାଇଛି ।

Omkar Vasthu
Omkar Vasthu

ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ, ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ, ନର୍ଲା ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ, ବେହେରାପାର୍ଟି ସମେତ ନର୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପାଳିତ ହୋଇଯାଇଛି ଗଣେଶପୂଜା। ନର୍ଲାରୋଡ ରାଧାକୃଷ୍ଣ ୟଙ୍ଗ କ୍ଲବ ରେ ସର୍ବାଧିକ ୧୦ ଫୁଟ ଉଚ୍ଚର ଗଣେଷ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି। ବ୍ୟବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡରେ ମଧ୍ଯ ସ୍ଵତନ୍ତ୍ର ଭାବରେ ଓ ନିଆରା ଢ଼ଙ୍ଗରେ ଅନୁଷ୍ଠିତ ହୋଇଛି ଗଣେଷ ପୂଜା। ଅଂଚଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେବଗିରି ମଠର ସିଦ୍ଧି ବିନାୟକ ମନ୍ଦିରରେ ମଧ୍ୟ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ପୂଜା। ଏହାସହ ରୁପ୍ରାରୋଡର ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଆୟୋଜିତ ଗଣେଶ ପୂଜାରେ କର୍ତ୍ତା ଭାବେ ସ୍କୁଲର ପ୍ରିନ୍ସପାଲ କୈଳାଶ ସା ଥିବାବେଳେ ସୁକଦେବ ପାଢ଼ୀ ପୂଜକ ଦାଇତ୍ୱ ନିର୍ବାହ କରିଥିଲେ। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.