ଭତ୍ରା ଡ଼୍ୟାମ ଠାରେ ନୌକା ବିହାରର ଶୁଭ ଉଦଘାଟନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକ  କଲେଇ ଗାଁ ଗ୍ରାମ ପଞ୍ଚାୟତ ଅଧୂନସ୍ତ ଭତ୍ରା ଡ଼୍ୟାମ ଠାରେ ଆଜି ଜୁନାଗଡ଼ ବନାଞ୍ଚଳ ପକ୍ଷରୁ ନୌକା ବିହାର ପର୍ଯ୍ୟଟନ ସ୍ଥଳୀର ଶୁଭ ଉଦଘାଟନ ହୋଇଯାଇଛି ।ଏହାକୁ କଳାହାଣ୍ଡି ସାଂସଦ ମାଲବିକା ଦେବୀ ମୁଖ୍ୟ ଅତିଥୂ ଭାବେ ଯୋଗଦାନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ । ଏଠାରେ ସମ୍ମାନିତ ଅତିଥ୍‌ ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଦକ୍ଷିଣ ବନଖଣ୍ଡ ଅଧୂକାରୀ କଳାଇ ଭାନନ ଆର, ଜୁନାଗଡ଼ ବନାଞ୍ଚଳ ଅଧୂକାରୀ ସୀମାଞ୍ଚ ମିଶ୍ର, କର୍ଭବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ଫରେଷ୍ଟର ଶ୍ରୀକାନ୍ତ ପଟ୍ଟନାୟକ, କାହ୍ନୁ ଚରଣ ତ୍ରିପାଠୀ, ବଳରାମ ଭୋଇ ସମେତ ଅନେକ ଫରେଷ୍ଟ କର୍ମଚାରୀ ଉପସ୍ଥିତ ରହି ଥିଲେ I

Omkar Vasthu
Omkar Vasthu

ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ଭତ୍ରା ଡ୍ୟାମ ଠାରେ ମଟର ଚାଳିତ ନୌକା ବିବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଲୋକମାନେ ଏହାର ଭରପୁର ମଜା ନେଇପାରିବେ ଚାରିପଟେ ସୁନ୍ଦର ପରିବେଶ ବେଶ ସାଙ୍ଗକୁ ଲୋକମାନେ ପାରିବେ । ଏହି ଭତ୍ରା ଡ୍ୟାମ ଚାରିପଟେ ସୁନ୍ଦର ପରିବେଶ ସାଙ୍ଗକୁ ଲୋକମାନେ ବଣଭୋଜି ର ଆସର କରିବାରର ସମସ୍ତ ସୁବିଧା ରହିଛି । ଯାହାକି ଜୁନାଗଡ଼ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ବରାଡ଼, ପୂର୍ବତନ ନଗରପାଳ ମହେଶ ସାହୁ, ସୁଧାଂଶୁ ବରଡ଼, ବକ୍ସି ତୁଳସୀପାଲି ସରପଞ୍ଚ ଦିବ୍ୟ ଦୀପ,କଲେଇ ଗାଁ ସର୍ପସଞ୍ଚ ମଳୟ ଆଚାର୍ଯ୍ୟ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା ସମେତ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥୂଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.