ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୁଉଚ୍ଚ ତୋରଣ ସହ ରଙ୍ଗବେରଙ୍ଗର ଆଲୋକମାଳାରେ ଝଳସି ଉଠୁଛି ପୂଜା ମଣ୍ଡପ। ଆଖି ଝଲସା ମେଢ଼ ଓ ମଣ୍ଡପ ମଧ୍ୟରେ ପୂଜା ପାଉଛନ୍ତି ସିଦ୍ଧିଦାତା ଅଗ୍ରପୂଜ୍ୟ ଗଣପତି। ଏହି ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡର ରୋୟାଲ ଗୃପ ଗଣେଶ ପୂଜା କମିଟିର। ଚଳିତ ବର୍ଷ ଏହି ପୂଜା କମିଟି ପାଳନ କରୁଛି ରୌପ୍ୟ ଜୟନ୍ତୀ ବର୍ଷ। ଏଥିରେ ଅମିତ କୁମାର ଶର୍ମା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବାବେଳେ ପୂଜକ ଭାବେ ଶୁକଦେବ ପାଢ଼ୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ରୋୟାଲ ଗୃପର ଗଣେଶ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଶନିବାର ବିବେକର ନାୟକ ବିନାୟକଙ୍କ ପୂଜାରମ୍ଭ ହୋଇଥିବାବେଳେ ୧୩ ତାରିଖରେ ବିସର୍ଜନ ହେବ ବୋଲି ରୋୟାଲ ଗୃପ ଗଣେଶ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।