କାଳୀକୃଷ୍ଣ ମନ୍ଦିର ଜୟପୁର ଠାରେ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ୩୦ତମ ମହାପ୍ରୟାଣ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପୁର: ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ୩୦ତମ ମହାପ୍ରୟାଣ ଦିବସ କାଳୀକୃଷ୍ଣ ମନ୍ଦିର, ଜୟପୁର ଠାରେ ପାଳିତ ହୋଇଯାଇଛି। ଗୁରୁ ଭ୍ରାତା ବଳଦେବାନନ୍ଦଜୀ ଗୁରୁଦେବଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ବ୍ରହ୍ମାଣ ଭୋଜନ କରିଥିଲେ। ସଂଧ୍ୟାରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ସଂଘ ପରିଚାଳକ ଜଗଦାନନ୍ଦଜୀ କହିଥିଲେ: ସତ୍ୟାନନ୍ଦ ସରସ୍ଵତୀଙ୍କ ଦର୍ଶନ ଅନନ୍ୟ, ଯାହାର ମହକରେ ମହକି ଯାଏ ଜୀବନ ଠାରୁ ଜଗତ, ମାଟି ଠାରୁ ଆକାଶ, ପିଣ୍ଡରୁ ବ୍ରହ୍ମାଣ୍ଡ, ଜନ୍ମରୁ କର୍ମ। ସମଗ୍ର ବିଶ୍ୱବାସୀଙ୍କ ଦୁଃଖ, ଶୋକ, ଦୈନ୍ୟତା  ଯାହାଙ୍କ ହୃଦୟକୁ ମ୍ରିୟମାଣ କରୁଥିଲା ସେଥିପାଇଁ ତ ଉଦାର କଣ୍ଠରେ ଘୋଷଣା କରିଥିଲେ: “ଜଗତବାସୀଙ୍କ ଯେତେ ଦୁଃଖ ଅଛି ସବୁ ମୋର ମୁଣ୍ଡେ ଥୁଅ ମୋର ପୁଣ୍ୟ ଫଳ ସମସ୍ତେ ଭୋଗନ୍ତୁ ପାପ ସବୁ ମୋତେ ଦିଅ”। ଏହିପରି ଏକ  ଉତ୍କର୍ଷ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଜନ ଜୀବନ ପାଇଁ ପ୍ରତିଷ୍ଠା କରିଥିଲେ କାଳୀକୃଷ୍ଣ ସ‍ଂଘ ଓ ଜଗତ କଲ୍ୟାଣ ସକାଶେ ଶନିବାର ଦିନ କାଳୀକୃଷ୍ଣ ମେଳା କରିବା କହିଥିଲେ।

Omkar Vasthu
Omkar Vasthu

ମଣିଷ ସବୁବେଳେ କିଛି ପ୍ରାପ୍ତି ଉଦ୍ଦେଶ୍ୟରେ କାର୍ଯ୍ୟ କରିବାକୁ ଭଲ ପାଏ। ସେଥିପାଇଁ ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଜଗତ କଲ୍ୟାଣ ପାଇଁ ମାଁଙ୍କ ଠାରୁ ବରପ୍ରାପ୍ତି ହୋଇ କହିଥିଲେ: ଏହି ବର ଦିଅ ମାଗୋ ହୋଇଣ ହରଷ ଯେପରି ମାନବ ଜନ୍ମ ହୋଇବ ସରସ। ଆଉ ଦେବୀଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ଜନ ଶ୍ରଦ୍ଧା, ସମର୍ପଣ ଓ ଭକ୍ତି ସହ କାଳୀକୃଷ୍ଣ ଏକାଦଶ ମେଳା ବିଧାନ ଅନୁସାରେ ପାଳନ କରିବ ତାର ନିଶ୍ଚିତ ଇପ୍ସିତ କାମନା ପୂର୍ଣ୍ଣ ହୋଇଥାଏ।  ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ଭାଇ, ଭଉଣୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.