ସର୍ଗିଗୁଡ଼ା ମାଝୀପଡ଼ାରେ ନୂଆଖାଇ ଭେଟଘାଟ: ସମ୍ବର୍ଦ୍ଧିତ ହେଲେ ଗୌନ୍ତିଆ ଓ ଜାନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡ଼ା ମାଝିପଡ଼ାରେ ଗଣେଶ ପୂଜା ପରିଚାଳନା କମିଟିର ସଭାପତି ସରୋଜ ମାଝୀଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ। ଏଥିରେ ଅତିଥି ଭାବରେ ଗ୍ରାମର ବରିଷ୍ଠ ବ୍ୟକ୍ତି ଶିକ୍ଷାବିତ ଗିରିଧାରୀ ଗୌଡ, ତୀର୍ଥ ପଧାନ, ବୀର କିଶୋର ମାଝୀ, କଲ୍ୟାଣ କୁମାର ସାହୁ, ଯୁବ ନେତା ପ୍ରଦୀପ କୁମାର ନାଏକ, ଶିକ୍ଷାବିତ ଦିଲୀପ ଗହୀର, ଗୌର ବେହେରା, ବିଶିଷ୍ଟ ଚାଷୀ କୁମୁଦ ଚନ୍ଦ୍ର ନାଏକ, ଭାଗବତିଆ କବି ତଥା ଅବସରପ୍ରାପ୍ତ ଶିକ୍ଷକ ମଧୁ ରାଉତ, କବି ଭାଗ୍ୟବାନ ସାହୁ ପ୍ରମୁଖ ଯୋଗଦାନ କରି ଫିତା କାଟି ମଞ୍ଚ ଉଦ୍ଘାଟନ କରିଥିଲେ। ମଞ୍ଚ ଆରମ୍ଭରେ ଗ୍ରାମର ଗୌନ୍ତିଆ ଶେଷଦେବ ନାଏକ, ଜାନୀ ଅପିନ୍ଦ୍ର ମାଝୀ, ସହଯୋଗୀ ସୁବାଷ ମାଝୀ ପ୍ରମୁଖ ପାରମ୍ପାରିକ ରୀତି ନୀତିରେ ଧରଣୀ ଦେବୀ ଓ ମାଣିକେଶ୍ବରୀ ଦେବୀଙ୍କ ଠାରେ ପୂଜନ ପରେ କୁମାରୀ କନ୍ୟା ମାନଙ୍କୁ ମଞ୍ଚରେ ସାମୁହିକ ପ୍ରାସାଦ ସେବନ କରାଯାଇଥିଲା। ଏହାପରେ ଅତିଥି ବୃନ୍ଦ ନୂଆଖାଇ ପରମ୍ପରା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଭାଗବତିଆ କବି ମଧୁ ରାଉତ ଭାଗବତ ଛନ୍ଦରେ ନୂଆଖାଇ ପରମ୍ପରା ଉପରେ ଗୀତ ପରିବେଷଣ କରିଥିଲେ। କବି ତୀର୍ଥ ପଧାନ ଓ ଭାଗ୍ୟବାନ ସାହୁ ମଧ୍ୟ ମଞ୍ଚରେ ଗୀତ ପରିବେଷଣ କରିଥିଲେ। ଇତ୍ୟବସରରେ ଗୌନ୍ତିଆ ଶେଷଦେବ ନାଏକ, ଜାନୀ ଅପିନ୍ଦ୍ର ମାଝୀ, ସୁବାଷ ମାଝୀ ଓ ପରିଚାଳନା କମିଟିର କୋଷାଧ୍ୟକ୍ଷ ରବିନ୍ଦ୍ର ସେଠୀଙ୍କୁ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସଦସ୍ୟ ଅନୁପ ନାଗ, ଚୈତନ୍ୟ ନିଆଲ, ଧିରୋଜ ମାଝୀ, ରଞ୍ଜନ ମାଝୀ, ଅଞ୍ଜନ ସେଠୀ, ହୃଦା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବୀରକିଶୋର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.