ପୁରୁଷୋତ୍ତମପୁର ଏନଡ଼ି ହାଇସ୍କୁଲରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ ବହୁ ପୁରାତନ ସରକାରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଏକ ପ୍ରତିଭା, ତାକୁ ଅନୁସରଣକରିବା ନିମନ୍ତେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସାରା ଜିଲ୍ଲାରେ ଅନୁଷ୍ଠିତ ହେଉଅଛି। ଆଜି ଏହା ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଏନ ଡି ହାଇସ୍କୁଲପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ବ୍ଲକରେ ଥିବା ୨୯ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୦ ହାଇସ୍କୁଲ ର ୪୦୦ ଜଣ କ୍ରୀଡା ପ୍ରେମି ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଖଲ୍ଲିକୋଟ ବିଧାୟକ ଓ କବିସୂର୍ଯ୍ୟନଗର ବିଧାୟକ ଆସିବାର ଥିଲା କିନ୍ତୁ ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟକ୍ରମରେ ବ୍ୟସ୍ତ ରହିଯିବା ରୁ ଏଠାକୁ ଆସିପାରିଲେ ନାହିଁ। ତେଣୁ ଅଞ୍ଚଲର ଯୁବ ସକ୍ରିୟ ସମାଜସେବୀ ତଥା ବିଜେପି ନେତା ସୀତାରାମ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କ୍ରୀଡ଼ା ପ୍ରତିଯୋଗିତାର ସଭାପତି ବ୍ଲକ ଶିକ୍ଷାଧିକାରୀ ଏସ.ଗିରିଧରଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା ଉତ୍ସବରେ ସମ୍ମାନିତ ଅତିଥି ଭାବେ କାଉନସିଲର ତଥା ସାମ୍ବାଦିକ ଭାସ୍କର ବେହେରା, ଏବିଓ ସିମାଞ୍ଚଳ ରଥ, ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ସର୍ଦାର, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଜଗବନ୍ଧୁ ଦଳେଇ, କ୍ରୀଡା ସମ୍ପାଦକ ଜଗନ୍ନାଥ ଜେନା, ଧିର ସମୀର ପାଣିଗ୍ରାହୀ ମଞ୍ଚରେ ମଞ୍ଚାସିନ ହୋଈ କ୍ରୀଡ଼ାର ବିକାଶ ଉପରେ ରାଜ୍ୟ ସରକାରଙ୍କ ବହୁ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରି ଭବିଷ୍ୟତ ଗଠନ କରିବା ନେଇ ଆଲୋକ ପାତ କରିଥିଲେ। ଏବଂ ଏହି କ୍ରୀଡ଼ାକୁ ଚାଲେଞ୍ଜ ଭାବି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ପରାମର୍ଶ ଦେଇଥିଲେ। ଏବଂ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଆଗାମୀ ଦିନରେ ମୋନୋନିତ ହୋଇଥିବା କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରରେ ଭାଗ ନେବେ ବୋଲି ବିଇଓ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିର୍ଣ୍ଣ ସ୍କୁଲର କ୍ରୀଡା ଶିକ୍ଷକଙ୍କ ସହିତ ତାରା ତାରିଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିବରାମ ବେହେରା ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ। ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.