କୋକସରା ବ୍ଳକ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଡ଼ାକ ବଙ୍ଗଳାଠାରେ ମଙ୍ଗଳବାର କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସଏସ)ର ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ହୋଇଛି। ସଭାପତି ଚକ୍ରଧର ବେଶ୍ରାଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରସ୍ତାବ ଆଗତ ହେବାସହ ନୂତନ ଭାବେ କର୍ମକର୍ତ୍ତା ଚୟନ ହୋଇଥିଲା। ସର୍ବସମ୍ମତି କ୍ରମେ ସାମ୍ବାଦିକ ଚକ୍ରଧର ବେଶ୍ରା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବରେ ଜଗଦୀଶ ନାଏକ, ଉପସଭାପତି ହିରଣ୍ୟ ବେହେରା, ସହ ସମ୍ପାଦକ ପରେଶ୍ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ପୁରୁଷୋତ୍ତମ ସିଂ ରାଜପୁତ ମନୋନୀତ ହୋଇଥିଲେ। ଉପଦେଷ୍ଟା ଭାବରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା ଓ ବଂଶୀଧର ବେଶ୍ରା ରହିଥିବାବେଳେ ସଦସ୍ୟ ଭାବରେ ଗଜିନ୍ଦ୍ର ନାଗ, ତୁଲାରାମ ବେହେରା, ଗଣେଶ ଭାଟି, ଦେବେନ୍ଦ୍ର ସାଗର, ପ୍ରଦିପ କୁମାର ସିଂ ପ୍ରମୁଖ ରହିଛନ୍ତି। ଆଗାମୀ ଦିନରେ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନେବାସହ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ପାଇଁ ଆଗେଇ ଆସିବା ପାଇ ସଂକଳ୍ପ ନେଇଥିଲେ। ଶେଷରେ ସାମ୍ବାଦିକ ଗଜିନ୍ଦ୍ର ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.