ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ନାବାଳକର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଯୋଡ଼ାବନ୍ଧା ଗ୍ରାମର ରାମ ମାଝୀର ପୁଅ ବିରଞ୍ଚି ମାଝୀ (୧୪) ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି I ନାବାଳକ ଜଣକ ସାଙ୍ଗ ମାନଙ୍କ ସହିତ ଗାଁ ନିକଟସ୍ଥ ପୁରୁଣା ପଥର କୁଆଁରୀରେ ଥିବା ପାଣିରେ ଗାଧେଇବା ପାଇଁ ଯାଇଥିଲା I ଗାଧୋଉ ଥିବା ସମୟରେ ଗଭୀର ପାଣିକୁ ଚାଲିଯାଇ ବୁଡିଯାଇଥିଲା I ସାଙ୍ଗରେ ଥିବା ପିଲାମାନେ ବହୁତ ସମୟ ପର୍ଯ୍ୟନ୍ତ ବିରଞ୍ଚି ପାଣି ଭିତରୁ ନ ବାହାରିବାରୁ ଗାଁକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ I ଖବରପାଇ ପରିବାର ଓ ଗାଁ ଲୋକେ ଘଟଣା ସ୍ଥଳକୁ ଯାଇଥିଲେ ଏବଂ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଏବଂ ଲାଞ୍ଜିଗଡ ପୋଲିସକୁ ଖବର ଦେଇଥିଲେ I ଖବରପାଇ ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନିଶମ ବିଭାଗ କର୍ମୀ ତଥା ଅଗ୍ନିଶମ ଅଧିକାରୀ ଦେବରାଜ ସାରକI, ଅଗ୍ନିଶମ କର୍ମଚାରୀ ଶରତ ଚନ୍ଦ୍ର ବେହେରା, ମନୋଜ ଦାଣ୍ଡିଆ,ଶ୍ରୀକାନ୍ତ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ପାଣି ଭିତରେ ପଶି ନାବାଳକକୁ ପାଣିରୁ ବାହାର କରିଥିଲେ I ପାଣିରୁ କାଢ଼ିବI ପରେ ପରିବାର ଲୋକେ ଆମ୍ବୁଲାନସ ଡକାଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ I ବିଶ୍ୱନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ I ଖବରପାଇ ଲାଞ୍ଜିଗଡ ପୋଲିସ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ବଳଭଦ୍ର ଗୌଡ଼ ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରି ଲାଞ୍ଜିଗଡ ବ୍ୟବଛେଦ ପାଇଁ ପଠେଇଥିଲେ I ଏ ନେଇ ଲାଞ୍ଜିଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରି ନାହିଁ ଆସନ୍ତା କଲି ଶବ ବ୍ୟବଛେଦ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.