ଡକ୍ଟର ଅଜିତ ବେହେରା ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଶୃପଡା ଜୁନିୟର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ମର୍ଯ୍ୟାଦାଜନକ ‘ପ୍ରକୃତି ବନ୍ଧୁ ପୁରସ୍କାର’ ଲାଭ କରିଛନ୍ତି। ଭବାନୀପାଟଣା ଟାଉନହଲଠାରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କଳାହାଣ୍ଡି ବନବିଭାଗ ତରଫରୁ ଆୟୋଜିତ ଚିତ୍ରାରଣ୍ୟ ଉତ୍ସବରେ ଡକ୍ଟର ବେହେରାଙ୍କୁ ପ୍ରକୃତି ଓ ପରିବେଶ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ମୂଖ୍ୟ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ ‘ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୪’ ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ଡିଏଫଓ ଅନୁରାଗ ମିଶ୍ରଙ୍କ ସହ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଠାରେ ଜନ୍ମିତ ଡକ୍ଟର ବେହେରା ଇତି ପୂର୍ବରୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟରୁ ‘କଳାହାଣ୍ଡି ଯୁବ ପୁରସ୍କାର’ ଓ ସଂସ୍କୃତି ବିଭାଗରୁ ‘ଜୁନିଅର ଫେଲୋସିପ’ ସହ ଲୁପ୍ତ ଓ ଲୁପ୍ତପ୍ରାୟ ଲୋକ ସଂସ୍କୃତି ଉପରେ ଗବେଷଣା କରି ମହାମହିମ ରାଜ୍ୟପାଳଙ୍କ ଠାରୁ ପିଏଚ.ଡ଼ି ଓ ଡ଼ି.ଲିଟ୍ ଡ଼ିଗ୍ରୀ ହାସଲ କରିଛନ୍ତି। ତେବେ ସେ ଏହି ପୁରସ୍କାର ପାଇବାପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.