ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସାହିତ୍ୟ ହିଁ ଯୁଗଯୁଗର। ସବୁ ସଜର୍ନା ଠୁଁ ପଥ ପ୍ରଦଶର୍ନର ଅଧିକ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟର ବିଭିନ୍ନ ବିଭାଗ ଭିତରେ କବିତା ଅତ୍ୟନ୍ତ ପ୍ରାଣସ୍ପର୍ଶୀ। ଯେଉଁ ଦେଶ ସାରସ୍ୱତ ଆଶୀର୍ବାଦ ପାଇନାହିଁ, ସେ ଜାତି ପୃଥିବୀର ଅନ୍ୟ ଦେଶ ତୁଳନାରେ ଅନେକ ପଛରେ। ଓଡ଼ିଶାର ବହୁ କବି, କଥାକାର ଏବଂ ପତ୍ରିକା ସମ୍ପାଦକ, ଖବରକାଗଜର ସମ୍ପାଦକମାନେ ଏହିଭଳି ଏକ ବିରଳ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶା ପାଇଁ ଗୋଟିଏ ସ୍ପନ୍ଦନ ସୃଷ୍ଟି କରିଛନ୍ତି ବୋଲି ଗତ ୬ ତାରିଖ ଦିନ ଦୈନିକ ‘ଅପରାହ୍ନ’ ଖବରକାଗଜର ଅନ୍ୟତମ ସାରସ୍ୱତ ସୃଷ୍ଟି ତ୍ରୈମାସିକ ସାହିତ୍ୟ ପତ୍ରିକା ‘ଅପର୍ଣ’ର ଶାରଦୀୟ ପୂଜାସଂଖ୍ୟା-୨୦୨୪ ଉନ୍ମାଚନ ଓ ରାଜ୍ୟସ୍ତରୀୟ ସାରସ୍ୱତ ବନ୍ଧୁମିଳନ ଓ ସମ୍ବଦ୍ଧର୍ନା ପର୍ବରେ ଯୋଗ ଦେଇ ଅତିଥିମାନ ମତବ୍ୟକ୍ତ କରିଥିଲେ ।
ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ଅନୁଷ୍ଠିତ ଏହି ଉତ୍ସବକୁ ଓଡ଼ିଶା ସରକାରଙ୍କର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ‘ରେବତୀ’ର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଓଡ଼ିଶାର ଖ୍ୟାତନାମା ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ରାଜ୍ୟବଦ୍ଧର୍ନ ଧଳ ମହାପାତ୍ର, ବିଶିଷ୍ଟ କବି ପିନାକୀ ମିଶ୍ର, କବି ଶ୍ରୀଦବ, ପ୍ରତିଭାଶ୍ରୀ ମୁଖ୍ୟ କବି ପ୍ରଶାନ୍ତ ଦାସ, ପ୍ରଫେସର କାର୍ତ୍ତିର୍କ ଜେନା, ପ୍ରକାଶକ ଅଭୟ ଦାସ, ସୁଲଗ୍ନା ଗ୍ରୁପ୍ ଅଫ୍ ଏଜେୁକଶନର ପ୍ରାଣ ପ୍ରତିଷ୍ଠାତା ଡ. ଘନଶ୍ୟାମ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନା ପୌରୋହିତ୍ୟ କରିଥିବା ବେଳେ ‘ଅପର୍ଣ’ର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସୌଜନ୍ୟ ସମ୍ପାଦକ ପୀତାମ୍ବର ଦାସ ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କବି ଆର୍ଯ୍ୟବ୍ରତ ଦାସ ମଂଚ ଆହ୍ୱାନ କରିଥିଲେ।
ଏହି ଅବସରରେ ‘ଅପର୍ଣ’ ପୂଜା ସଂଖ୍ୟା ଉନ୍ମୋଚନ ହେବା ସହିତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ୨୦୨୪ ପାଇଁ ଗଳ୍ପ ସମ୍ମାନ, ରାଜ୍ୟବଦ୍ଧର୍ନ ଧଳ ମହାପାତ୍ରଙ୍କୁ ୨୦୨୩ ଗଳ୍ପ ସମ୍ମାନ, ରଶ୍ମି ରାଉଳଙ୍କୁ ୨୦୨୨ ଗଳ୍ପ ସମ୍ମାନ, ନିବାରଣ ଜେନାଙ୍କୁ ୨୦୨୪ ଔପନ୍ୟାସିକ ସମ୍ମାନ, କବି ପିନାକୀ ମିଶ୍ରଙ୍କୁ ଇଂ ପ୍ରଶାନ୍ତ ଦତ୍ତ ସ୍ମୃତିରେ ୨୦୨୪ କବିତା ସମ୍ମାନ, ସୁଚରିତା ମହାନ୍ତିଙ୍କୁ କବିତା ସମ୍ମାନ, ପୁରୁଷୋତ୍ତମ ସିଂ ସାମନ୍ତଙ୍କୁ କବି ବିନୟ ଦାସ ଶିଶୁ କବି ୨୦୨୪ ସମ୍ମାନ, ସମାଜେସବୀ କ୍ଷେତ୍ରରେ ଆଇନଜୀବୀ ରାମଚନ୍ଦ୍ର ଜେନା, ଅକ୍ଷୟ ଅଗ୍ରୱାଲଙ୍କୁ ସାମ୍ବାଦିକ ସମ୍ମାନ ଓ ପ୍ରିୟଙ୍କା ମାଝିଙ୍କୁ ମେଧା ଛାତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।
ସେହିଭଳି ଅପରାହ୍ନରେ ଡ. ସୁକାନ୍ତ ଗିରିଙ୍କ ପୌରୋହିତ୍ୟରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥେରେ ଅତିଥି ଭାବରେ କବିଜ୍ୟୋତି ନିରଂଜନ ପତି, କବି ଯଶାଧାରା ଦାସ ଯୋଗ ଦେଇଥିବା ବେଳେ କବି ଡ. ଶ୍ରୀକୁମାର, କବି ମଧୁସୂଦନ ମିଶ୍ର, କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ, ସଂଯୋଜିକା ଭାବେ ଅଂଶ ଗ୍ରହଣ କରିଥିଲେ। ଏହି ମଂଚକୁ ‘ଅପର୍ଣ’ର ସୌଜନ ସମ୍ପାଦକ ପୀତାମ୍ବର ଦାସ ପରିଚାଳନା କରିଥିଲେ। ପୀତାମ୍ବର ଦାସଙ୍କ ରଚିତ ଏକ ସ୍ୱାଗତ ସଂଗୀତକୁ କବୟିତ୍ରୀ କଲ୍ୟାଣୀ ନନ୍ଦ ଏବଂ ତାଙ୍କର ଟିମ୍ ପରିବଷଣ କରିଥିଲେ। କୁନି ଝିଅ ଡଲ୍ସି ସ୍ୱାଗତ ନୃତ୍ୟ ପରିବଷଣ କରିଥିବା ବେଳ ମଞ୍ଚରେ କବୟିତ୍ରୀ ସୁଚିସ୍ମିତା କର, ରଶ୍ମୀ କର, ସାନୁ କୁମାର ପ୍ରମୁଖ ସହଯାଗ କରିଥିଲେ। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉର୍ଦ୍ଧ୍ୱ କବି, କବୟିତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ।