କୃଷକ ସାଥିଙ୍କ କଳା କାରନାମା: ଜଙ୍ଗଲ ଜମିରେ କପା ଚାଷ କରାଯାଇଥବା ଦର୍ଶାଇ କରିଛନ୍ତି ବୀମା !

ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୃଷକ ସଂଗଠନର ଦାବୀ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଲ କୃଷି ବିଭାଗରେ ଜନୈକ କୃଷକ ସାଥ ଜଙ୍ଗଲ ଜମିରେ କପା ଚାଷ କରାଯାଇଥିବ ଦର୍ଶାଇ ବୀମା କରିଥିବା ଅଭିଯୋଗ ହେଉଛି । ଯାହାକୁ ନେଇ କୃଷକ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବା ସହ ତଦନ୍ତ କରି ତୋଷୀଙ୍କ ବିରୁଦ୍ଧରେ ଚୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ତାବୀ କରିଛି ।ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । କୃଷକମାନେ କରିଥିବା ଚାଷ ଯଦି କ୍ଷତିଗ୍ରସ୍ତ ହୁଏ ତେବେ ତାକୁ ନେଇ ଫସଲ ବୀମା ଜରିଆରେ କ୍ଷତିପୂରଣ ପ୍ରଦାନ କରୁଛନ୍ତି । ସଇଁତଲା ବ୍ଳକ ଅଂଚଳରେ ଚାଷୀମାନେ ଧାନ ଚାଷ ଉପରେ ଅତ୍ୟଧିକ ଧ୍ୟାନ ଦେଉଥିବାବେଳେ କେତେକ ଅଂଚଳର ଚାଷୀ କପା ଚାଷ ମଧ୍ୟ କରୁଛନ୍ତି । ଚାଷ ପାଇଁ ଚାଷୀମାନେ ଫସଲ ବୀମା କରି ଫସଲ ନଷ୍ଟ ହେଲେ ତାର କ୍ଷତିପୂରଣ ସରକାରଙ୍କଠାରୁ ନେଇ ଲାଭାନ୍ବିତ ହେଉଛନ୍ତି । କିନ୍ତୁ ସଇଁତଲା ବ୍ଳକ ଢ଼େଙ୍ଗ ପଂଚାୟତର କେତେକ ଚାଷୀ ଚାଷ ନ କରି ଢଙ୍ଗଲ ଜମିରେ ଏକର ଏକର କପା ଚାଷ କରିଥିବ ଦର୍ଶାଇ ବୀମା କରିଥିବା ଜଣାଯାଇଛି । ତେଙ୍ଗ ପଂଚାୟତ ଅନ୍ତର୍ଗତ ବୁଡ଼ା ଗ୍ରାମର କୃଷକ ବୀମା କମ୍ପାନୀର ଦଲାଲ ସାଜି କପା ବୀମା କରି କପା ବୀମା ଟଙ୍ଗା ପକାଇ ଦେବା ଲୋଭ ଦେଖାଇ ଗ୍ରାମର ଚାଷୀମାନଙ୍କଠାରୁ ବେ-ଆଇନ ଭାବରେ ଟଙ୍କା ସହ ଜାଗଜପତ୍ର ଆଦାୟ କରି ବୀମା କରାଇଥବା ଅଭିଯୋଗ ହୋଇଛି । କୃଷକ ସାଥ ନିଜେ କପା ଚାଷ ନ କରି ସରକାରୀ ଜମିରେ କପା ଚାଷ କରିଥିବା ଦର୍ଶାଇ ବୀମା କରିଥିବା ଜଣାଯାଇଛି । ସେହିପରି ଗ୍ରାମର ବୁର୍ତା ମୌଜାର ଖତିୟାନ ନଂ ୧୦୬. କିସମ – ପତ୍ରାଜଙ୍ଗଲ ସରଜାରୀ ଜମି ହୋଇଥିବାବେଳେ ଉକ୍ତ ଜମିରେ କପାଚାଷ କରାଯାଇଥିବା ଦର୍ଶାଇ ବଡ଼ ଚାଷୀ ବୀମା ପାଇଁ ଆବେଦନ କରିଛନ୍ତି । ସେହିପରି କୃଷକ ସାଥଙ୍କ ପରିବାରର ସଦସ୍ୟ ତଥା ସମ୍ପକୀୟଙ୍ଗ ନାମରେ ମଧ୍ୟ କପା ଚାଷ ବୀମା କରାଯାଇଥିବା ବେଳେ ସମ୍ପର୍କୀୟ ମାନେ ଏ ବିଷୟରେ ଅବଗତ ନ ଥିବା କହିଛନ୍ତି । କପା ଚାଷ ନ ହୋଇ ବୀମା କରାଯାଇଥିବାବେଳେ କମ୍ପାନୀର ଅଧିକାରୀ ଜିଲ୍ଲା କର୍ମଚାରୀମାନେ ଜିଭଳି ଏହାର ତଦନ୍ତ ନ କରି କପା ବୀମାକୁ ଗ୍ରହଣ କରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ପୂର୍ବରୁ ମଧ୍ୟ ବୀମା କର୍ମଚାରୀ, କୃପକ ସାଥ ଏବଂ ଦଲାଲଙ୍କ ଜରିଆରେ ବୀମା କରାଯାଇ ଟଙ୍ଗା ଉଠାଣ ହୋଇଥିବା ଅଭିଯୋଗ ହେଉଥିବାବେଳେ ଏହାର ଉକସ୍ତରୀୟ ତଦନ୍ତ କରାଗଲେ ବଡୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଚାଷୀ ସଂଗଠନ ତରଫରୁ ଦାବୀ ହେଉଛି । ଏ ବିଷୟରେ ଉପଖଣ୍ଡ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରି ଦୋସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.