ସଭାପତି ଚାରୁଚନ୍ଦ୍ର ନାଗ, ଉପସଭାନେତ୍ରୀ ଶାନ୍ତିଲତା ପ୍ରଧାନୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ବସନ୍ତପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ମଲ୍ଲିକ, ସିଆରସିସି ଜଳନ୍ଧର ମାଝୀ, ଶିକ୍ଷକ ରାଧାମାଧବ ରଥ, ମନୋଜ କୁମାର ମହାକୁଡ଼,ହିରଣ୍ୟ କୁମ୍ଭାର, ଡମ୍ବରୁଧର ସାହୁ, ଦୁର୍ଗା ମାଧବ ମହାକୁଡ଼, ଦୁର୍ଯ୍ୟଧନ ନାଏକ, ପ୍ରଭାତୀ ମଲ୍ଲିକ, ସୋନାଲି ବେହେରା, ନଳିନୀ ମୁଣ୍ଡଛିନ୍ନା ପ୍ରମୁଖ ନୂତନ କମିଟି ଗଠନରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ପୁରୁଣା କମିଟି ଭଙ୍ଗ କରାଯାଇଥିଲା। ଅଭିଭାବକ ମାନଙ୍କ ମଧ୍ୟରୁ ପ୍ରଥମେ ୧୫ ଜଣଙ୍କୁ ପରିଚାଳନା କମିଟି ଭାବେ ଚୟନ କରାଯାଇଥିଲା। ତାପରେ ସେହି ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ସଭାପତି ଓ ଉପସଭାପତି ଭାବେ ଚୟନ କରାଯାଇଥିଲା। ଏହି ପରିପେକ୍ଷୀରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ଚାରୁଚନ୍ଦ୍ର ନାଗ ଓ ଉପସଭାନେତ୍ରୀ ଭାବେ ଶାନ୍ତିଲତା ପ୍ରଧାନୀ ସର୍ବ ସମ୍ମତି କ୍ରମେ ୨ ବର୍ଷ ପାଇଁ ମନୋନୀତ ହୋଇଥିଲେ। କମିଟି ସଦସ୍ୟ ଭାବେ ୫ ଜଣକୁ ଚୟନ କରାଯାଇଥିବା ବେଳେ କମିଟି ସଚିବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନା, ବିଦ୍ୟାଳୟ ଶିକ୍ଷକ ପ୍ରତିନିଧି ମନୋଜ କୁମାର ମହାକୁଡ଼, ୱାର୍ଡ ମେମ୍ବର ଚନ୍ଦ୍ର ନାଏକ, ସଦସ୍ୟା ଭାବେ ଅଙ୍ଗନବାଡି କର୍ମୀ ନୃପତି ଭୋଇ, ଆଶାକର୍ମୀ ସରସ୍ବତୀ ଦଳେଇ ପ୍ରମୁଖ ମନୋନୀତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ସମସ୍ତ ମନୋନୀତ ସଭାପତି, ସଭାନେତ୍ରୀ, ସଭ୍ୟ, ସଭ୍ୟା ଓ ସଦସ୍ୟ ସଦସ୍ୟା ମାନେ ଗଣେଶ ମୂର୍ତ୍ତି ପାଖରେ କମିଟି କିଭଳି ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ୨ ଶହରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇଥିଲେ। ଶେଷରେ ଶିକ୍ଷକ ରାଧାମାଧବ ରଥ ଧନ୍ୟବାଦ ଅର୍ପଣ କରିଥିଲେ।






