୪୦ କେଜି ଗଞ୍ଜେଇ ସହ ସ୍କୋର୍ପିଓ ଜବତ, ୩ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଗଞ୍ଜେଇ ଚାଲାଣ ବେଳେ ତୁଷୁରା ଅବକାରୀ ପୋଲିସ କୁ ମିଳିଛି ବଡ ସଫଳତା l ସ୍କୋର୍ପିଓ ଗାଡିରେ ବିପୁଳ ପରିମାଣ ର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସଫଳ ହୋଉଛି ତୁଷୁରା ଅବକାରୀ ପୋଲିସ l ପ୍ରାୟତଃ ବୌଦ୍ଧ, କନ୍ଧମାଳ, ଫୁଲବାଣୀ, ଗଜପତି, ମାଲକାନଗିରି ଜିଲ୍ଲା ରୁ ରାଜ୍ୟ ତଥା ରାଜ୍ୟ ବାହାର କୁ ଗଞ୍ଜେଇ ବିଭିନ୍ନ ରାସ୍ତା ଦେଇ ଚୋରାଚାଲାଣ ହେଉଛି l

Omkar Vasthu
Omkar Vasthu

ଆଉ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବା ସହ ଗଞ୍ଜେଇ ମାଫିଆ ମାନେ ଅବକାରୀ ଓ ପୋଲିସ କୁ ଚକମା ଦେବା ପାଇଁ ନୁଆଁ ନୁଆଁ ଉପାୟରେ ଚାଲାଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି l ଯେତେ ଗଞ୍ଜେଇ ଚୋରା ଚାଲାଣ ର ନୁଆଁ ତରିକା ଅବଲମ୍ବନ କଲେ ମଧ୍ୟ କେତେ ବେଳେ ଚାଲାଣକାରି ପୋଲିସ ତ କେତେବେଳେ ଅବକାରୀ ବିଭାଗ ହାତରେ ଧରା ଵି ପଡୁଛନ୍ତି l ହେଲେ ଧରାପଡ଼ୁ ଥିଲେ ମଧ୍ୟ୍ୟ ଚୋରା ଚାଲାଣ କମିବା ବଦଳ ରେ ଦିନକୁ ଦିନ ବଢ଼ି ଚାଲିଛି l ଏପରିକି ଦୁଇ ଚକିଆ,ତିନିଚକିଆ,ଚାରିଚକିଆ, ଯାତ୍ରୀବାହି ବସ ଗାଡି ରେ ମାଫିଆ ମାନେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦେଖାଦେଇଛି l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି ତୁଷୁରା ଅବକାରୀ ପୋଲିସ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଥାନାଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ଟିମ ଗଠନ ସହ ଗୁଡଭେଳା ତୁଷୁରା ରାସ୍ତା ତେଲ ନଦୀ ବ୍ରିଜ ରେ ଅପେକ୍ଷା କରିଥିଲେ । ଗୁଡଭେଳା ତୁଷୁରା ମୁଖ୍ୟ ରାସ୍ତା ରେ ତୁଷୁରାଅବକାରୀ ପୁଲିସ ଯାଞ୍ଚ ବେଳେ ଏକ ଧଳା ରଙ୍ଗର ସ୍କୋର୍ପିଓ MP 53CA 1913ଗାଡି କୁ ସନ୍ଦେହ ରେ ଅଟକାଇ ଥିଲେ l ପରେ ଗାଡିକୁ ଯାଞ୍ଚ କଲା ପରେ ବିପୁଳ ପରିମାଣ ରେ ଗଞ୍ଜେଇ ବସ୍ତା ସହ ଉକ୍ତ ଗାଡିକୁ ଅଟକ ରଖିଥିଲେ ।

ଏହା ସହ ଉକ୍ତ ଗାଡ଼ିରେ ବସିଥିବା ବାହାର ରାଜ୍ୟ ର ୩ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିବା ପରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦୁପେନ୍ଦ୍ର ଚୌଧାରୀ (୨୦)କୈଳାଶ କୁମାର ଦରକେଶ (୨୦)ବିକାଶ ବେଗ (୧୯) ସମସ୍ତ ଅଭିଯୁକ୍ତ ମଧ୍ୟପ୍ରଦେଶ ଅନୁପୁର ଜିଲ୍ଲା ଚାଚାଇ ଥାନା ପଟନାକଲା ଗ୍ରାମର ବାସିନ୍ଦା ଅଟନ୍ତି l ସୂଚନା ଅନୁସାରେ ତୁଷୁରା ଅବକାରୀ ପୋଲିସ କୋୖଣସି ସୂତ୍ରରୁ ଖବର ପାଇ ତୁଷୁରା ଗୁଡଭେଳା ରାସ୍ତା ରେ ପାଟ୍ରୋଲିଂ କରୁଥିଲା ଠିକ ଏହି ସମୟରେ ଏକ ଧଳା ରଙ୍ଗ ର ସ୍କୋର୍ପିଓ ଗାଡି ଦ୍ରୁତଗତିରେ ଡାହିମାଲ ଛକ ପଟରୁ ତୁଷୁରା ଆସୁଥିଲା ।

ଉକ୍ତ ଗାଡି କୁ ଯାଞ୍ଚ ବେଳେ ବିପୁଳ ପରିମାଣ ରେ ଗଞେଇ ଥିବା ଦେଖିବାକୁ ପାଇଥିଲେ । ଅଭିଯୁକ୍ତ ମାନେ ଖସିଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସମସ୍ତ ଙ୍କୁ ଧରିବା ରେ ସଫଲ ହୋଇଥିଲେ । ଗଞ୍ଜେଇ ମାଫିଆ ମାନେ କନ୍ଧମାଳ ଜିଲ୍ଳା ରୁ ମଧ୍ୟପ୍ରଦେଶ ରାଜ୍ୟ କୁ ଚାଲାଣ ହେଉଥିବା ବେଳେ ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି 3 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ଏହାସହ ୪୦ କେଜି ଗଞ୍ଜେଇ ଓ ସ୍କୋର୍ପିଓ କୁ ଜବତ କରାଯାଇ ଥିବା ଅବକାରୀ ଥାନା ଅଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.