ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷକ ଅଭିଭାବକ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମା ଶଙ୍କର ଦୀପ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଅଛି। କାର୍ଯ୍ୟକ୍ରମ ର ଆରମ୍ଭ ଶିକ୍ଷକ ଭି କୋଟେଶ୍ବର ରାଓ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ଦିବ୍ୟସେନି ଦୁର୍ଗା ଆପା ର ଆଇ ଡି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ଅଭିଭାବକ ବୃନ୍ଦ ଶିକ୍ଷକ ମାନଙ୍କୁ ପ୍ରଶ୍ନ ପଚାରି ସନ୍ତୋଷ ଜନକ ଉତ୍ତର ପାଇଥିଲେ। ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଆପାର୍, ଏନ୍ ଆଇ ପି ୨୦୨୦ ସମ୍ପର୍କ ରେ ଅଭିଭାବକ ମାନଙ୍କୁ ସଚେତନ କରାଇବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କ ରେ ସଭା ରେ ଦୃଷ୍ଟି ଆକର୍ଷଣ କରିଥିଲେ।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଜୟପାଟଣା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥବିର ବାଗ ଭୂୟୀୟସି ପ୍ରଶଂସା କରାଯାଇଥିବା ବେଳେ ତାଙ୍କ ଅନୁଦାନ ରୁ ଦିଆଯାଇଥିବ ପାଣ୍ଠି ରୁ ବିଦ୍ୟାଳୟ ର ୯୦୦୦ ସ୍କୋର ଫୁଟ ରୁ ଅଧିକ ପରିସର କୁ ଟାଇଲ କାର୍ଯ୍ୟ,ବହାର ପରିବେଶ ପେପର ବ୍ଳକ, ଶୌଚାଳୟ ର ନବୀକରଣ ନିଜ ହାତ କୁ ନେଇ ତ୍ବରାନ୍ବିତ କରୁଛନ୍ତି। ସଭା ରେ ସମସ୍ତ ଅଭିଭାବକ ଭୋଲାନାଥ ନାଏକ,ସୁଶିଲ ସାହୁ,ପୂର୍ଣମୀ ପୁଝାରୀ, ରୁକ୍ମିଣୀ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ। ପରିଶେଷରେ ରଞ୍ଜନ ବରାହ ସିଂ,ରୁଚିତା ନାୟକ, ଶଶି ଭୂଷଣ ଦଳପତି, ନିବେଦିତା ବାଣୁଆ ଧରିତ୍ରୀ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.