କୋଲାବ ଜଳଭଣ୍ଡାରରୁ ୪ ଫୁଟିଆ ଫ୍ଲେମିଙ୍ଗୋ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ଚାରାଗାଁ ନିକଟସ୍ଥ କୋଲାବ ଜଳଭଣ୍ଡାରରୁ ଏକ ଫ୍ଲେମିଙ୍ଗୋ ପକ୍ଷୀ ଉଦ୍ଧାର କରାଯାଇଛି। ପ୍ରାୟ ୪ ଫୁଟ ଉଚ୍ଚତାର ଏହି ପକ୍ଷୀଟି ଉଡ଼ି ପାରୁ ନଥିବା ଅବସ୍ଥାରେ ଜଳଭଣ୍ଡାର ମଧ୍ୟରେ ଫସି ରହିଥିଲା। ସୂଚନା ଅନୁଯାୟୀ, ଚାରାଗାଁର ଜଣେ ଶିଶୁ ପ୍ରଥମେ ପକ୍ଷୀଟିକୁ ଦେଖିଥିଲା। ପରେ ଗ୍ରାମବାସୀ ଡଙ୍ଗା ଯୋଗେ ଜଳଭଣ୍ଡାର ମଧ୍ୟକୁ ଯାଇ ପକ୍ଷୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପକ୍ଷୀଟିକୁ ନିଜ ହେପାଜତକୁ ନେଇଥିଲେ। ବର୍ତ୍ତମାନ ପଶୁ ଡାକ୍ତରଙ୍କ ଦ୍ୱାରା ପକ୍ଷୀଟିର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଏହି ପକ୍ଷୀଟି କୋଲାବ ଜଳଭଣ୍ଡାରକୁ କିପରି ଆସିଲା ଏବଂ କେଉଁ କାରଣରୁ ଉଡ଼ିବାରେ ଅସମର୍ଥ ହେଲା, ତାହା ଜଣାପଡ଼ିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.