କୋକସରାଠାରେ ଲକ୍ଷ୍ମୀପୂଜା ପାଇଁ କଳଶ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମାଣବସା ଗୁରୁବାର ଅବସରରେ କୋକସରା ବ୍ଳକ ସଦର ମହକୁମାଠାରେ  ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ମଙ୍ଗଳବାର ପୂଜା ମଣ୍ଡପଠାରୁ କଳଶ ଯାତ୍ରା ବାହିରି ସ୍ଥାନୀୟ ପଦ୍ମ ପୋଖରୀରେ ଶହ ଶହ ମହିଳା ପହଞ୍ଚି ଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ପୋଖରୀରୁ ପାଣି ଉଠାଇ ମହିଳାମାନେ  ଜଳପୂର୍ଣ୍ଣ କଳଶୀ ବୋହିଆଣି ମଣ୍ଡପରେ ପହଞ୍ଚି ସ୍ଥାପନ କରିଥିଲେ। ପୂଜକ ଭାବେ ଶ୍ରୀପତି ଠାକୁର କାର୍ଯ୍ୟ ସମ୍ପାଦନ କରୁଥିବାବେଳେ କିଶୋର ଚନ୍ଦ୍ର ପ୍ରଧାନୀ ସପତ୍ନୀକ ସାରଙ୍ଗିନୀ ପ୍ରଧାନୀ ପୂଜାକର୍ତ୍ତା ରହିଛନ୍ତି। କଳଶ ଯାତ୍ରାରେ ଧୋବେନଚଞ୍ଚରା ବାଳିକା ସଂକୀର୍ତ୍ତନ ଦଳ ଓ କୋକସରା ଘଣ୍ଟଦଳ ସାମିଲ ହୋଇଥିବା ବେଳେ ମହେନ୍ଦ୍ର ନେଗୀ, ପ୍ରମୋଦ ପ୍ରଧାନୀ, ଐରୀ ନାଶନ ଚିନ୍ଦା, ଲଷ୍ମୀ ନାରାୟଣ ପ୍ରଧାନି, ତ୍ରିଭୁବନ ପ୍ରଧାନୀ ପ୍ରମୁଖଙ୍କ ସହ ଶହ ଶହ ମହିଳା ଯୋଗଦେଇ ଥିଲେ। ଆଜି ଠାରୁ ତିନିଦିନ ଧରି ଏହି ପୂଜା ହେବାକୁ ଥିବାବେଳେ ପ୍ରବଚନ, ଭଜନ ସମାରୋହ ଓ ନାଟକ ଆଦି କର୍ଯ୍ୟକ୍ରମ ହେବା ନେଇ ସୂଚନା ରହିଛି। ପୂଜା କମିଟିର ସଭାପତି କୈଳାସ ଚନ୍ଦ୍ର ଦାଶ, ସମ୍ପାଦକ ମୁକ୍ଷରାମ ପ୍ରଧାନୀ,  କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନୀ, ଉପସଭାପତି ବସନ୍ତ ପଟ୍ଟନାୟକ,  ଦେବାନନ୍ଦ ପଟ୍ଟନାୟକ, ଆଦିତ୍ୟ କୁମାର ପ୍ରଧାନୀ, ଅଶୋକ ପଟ୍ଟନାୟକ, ଲଳିତ ପ୍ରଧାନୀ, ଲଳିତ ଶବର, ଅବିନ ପ୍ରଧାନୀ  ରଶ୍ମି ରଞ୍ଜନ ଦାଶ, ସେସଦେବ ପ୍ରଧାନୀ ସମେତ ଗ୍ରାମବାସୀ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.