ଜାମପଦରରେ ଜୈବିକ କପାଭିତ୍ତିକ କୃଷିବନୀକରଣ ବ୍ୟବସ୍ଥା ସମ୍ବନ୍ଧୀୟ ବୈଷୟିକ ତାଲିମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଜାମପଦର ଗ୍ରାମରେ `ବିଶ୍ୱ ବନୀକରଣ କାର୍ଯ୍ୟକ୍ରମ’ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଏକଦିବସୀୟ ଜୈବିକ କପାଭିତ୍ତିକ କୃଷିବନୀକରଣ ବ୍ୟବସ୍ଥା ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାମପଦର ଓ ଅନ୍ତର୍ଲା ଗାଁର ୧୩୫ ଚାଷୀ ପ୍ରଶିକ୍ଷଣ ନେଇଥିଲେ। ବିଶ୍ୱ କୃଷି ବନୀକରଣ ପ୍ରକଳ୍ପର ଅଧିକାରୀ ବଦ୍ରିନାରାୟଣ ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଡ. ଶିବକୁମାର ଧ୍ୟାନୀ, ଡ. ଅକିଲ ହସନ ରିଜଭୀ ମାର୍ଗଦର୍ଶନ କରିଥିଲେ। ବିଶ୍ୱ କୃଷିନବୀକରଣ ପ୍ରକଳ୍ପ ନୂଆଦିଲ୍ଲୀର ବୈଜ୍ଞାନିକ ଡ. ଅର୍ଚ୍ଚନା ସିଂ ଜୈବିକ କପାଚାଷ ସହ କୃଷିବନୀକରଣ ଓ ଜୈବ ବିବିଧତାର ଉପକାରିତା ସମ୍ବନ୍ଧରେ କହିଥିଲେ। ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ଯଶୋବନ୍ତ ସାହୁ, ବରିଷ୍ଠ ବୈଜ୍ଞାନିକ ଡ. ସୁଭାଷଚନ୍ଦ୍ର ମହାପାତ୍ର କୃଷିବନୀକରଣ ଦ୍ୱାରା ହେଉଥିବା ଚାଷୀଙ୍କ ଉନ୍ନତି ଏବଂ ଜଳ ବିଭାଜିକା ମିଶନ ବଲାଙ୍ଗୀରର ପୂର୍ବତନ ପ୍ରକଳ୍ପ ଅଧିକାରୀ ସୋମନାଥ ସାହୁ ଜଳବିଭାଜିକା ମିଶନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଶେଷରେ ସୌମ୍ୟରଞ୍ଜନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏଗ୍ରୋଫରେଷ୍ଟ୍ରି କର୍ମକର୍ତ୍ତା ସଦାଶିବ ସାହୁ, ରାଜକିଶୋର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.