କୁଟୁରାମୁଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: କଁସର ଚାମ୍ପିୟନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କୁଟୁରାମୁଣ୍ଡା ରୁଗୁଡ଼ି ପଡିଆଠାରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ କୁଟୁରାମୁଣ୍ଡାକୁ ପରାସ୍ତ କରି କସର ବିଜୟୀ ହୋଇଛି। ପ୍ରଥମେ କସର ଟସ ଜିତି ବେଟିଙ୍ଗ କରିଥିଲା ଏବଂ ୮  ଓଭରରେ ୯୯ ରନ ସଂଗ୍ରହ କରିଥିଲେ।କୁଟୁରାମୁଣ୍ଡା ଟିମ ୮ ଓଭରରେ ୭୩ ରନ କରି ୨୬ ରନରେ ପରାସ୍ତ ହୋଇଥିଲେ। ଏଥିରେ ସର୍ବମୋଟ ୧୬ ଟି ଦଳ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଦୀପ କୁମାର ଗହୀର ମଞ୍ଚ ପରିଚାଳକ ସୁଶାନ୍ତ ଗହୀର, କୈବର୍ତ୍ତ ମାଝୀ, ସୁଶାନ୍ତ ଗହୀର ସମ୍ମାନିତ ଅତିଥି, ଯୁବ ସାମ୍ବାଦିକ ରଞ୍ଜନ ବାଗ ଗାଁ ଗନ୍ତିଆ ପ୍ରମୋଦ କୁମାର ଗହୀର ପ୍ରମୁଖ ମଞ୍ଚ ଉପସ୍ଥିତ ଥିଲେ। ବିଜେତା ଦଲକୁକୁ ମୁଖ୍ୟ ଅଥିତିଙ୍କ କର କମଳରେ ୧୦ ହଜାର  ଟଙ୍କା ପ୍ରଦାନ କରିଥିଲେ। ଉପବିଜେତା କୁଟୁରାମୁଣ୍ଡା ଦଳକୁ ୬ ହଜାର ଟଙ୍କା ପ୍ରଦାନ କରିଥିଲେ। ମେନ ଅଫ ଦ ସିରିଜ ମନୋଜ ଗହୀର, ମେନଅଫଦି ମେଚ, ମନୁ ରଣା। ପରେ ସନ୍ୟାସୀ ଗହୀର, କିଶୋର ଗହୀର, ମିଳୁ ମାଝୀ, ଅଜିତ ଗହୀର, ସ୍କୋରବଡ ଥିବା ବେଳେ ଧରାବିବରଣୀ ପ୍ରଦାନ କରିଥିଲେ। ମନୋଜ ଗହିର, ବିକାଶ ଗହୀର ,ଶଙ୍କର ମାଝୀ, ଗୋବିନ୍ଦ ଗହୀର, ନୁରୁ ବଗର୍ତ୍ତିଙ୍କ ସମେତ ସମସ୍ତ କମିଟି ସଦ୍ୟସ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.