କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ସମନ୍ୱିତ ଉନ୍ନୟନ ପ୍ରକଳ୍ପ ଥୁଆମୁଳ ରାମପୁର ସ୍ବତନ୍ତ୍ର ଅଧିକାରୀ ନନ୍ଦ କିଶୋର ତାଣ୍ଡି ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଯୁବ କବି ଡିଲେଶ୍ବର ରଣା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଦବ୍ୟାସ ପଧାନ, ଲାଞ୍ଜିଗଡରୋଡ଼ ସରପଞ୍ଚ ମମତା ଶବର,ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକ, ସ୍କୁଲ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଏନସିସି ଅଫିସର ସଂଦୀପ ସୌରଭ ମିଶ୍ର ବିଦ୍ୟାଳୟର ଅଗ୍ରଗତି ବିବରଣୀ ପାଠ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଶିକ୍ଷଣୀୟ ଓ ମନୋରଞ୍ଜନ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

Omkar Vasthu
Omkar Vasthu

 

ଏଥିରେ ଖେଳ ଶିକ୍ଷକ ଲମ୍ବୋଦର ସାହୁ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଗୌରଚନ୍ଦ୍ର ପଟ୍ଟନାୟକ, ନରେଶ ସାହୁ, ସୂର୍ଯ୍ୟନାରାୟଣ ପଣ୍ଡା, ଗୋକୁଳ ପାତ୍ର, ଜଗନ୍ନାଥ ନାଏକ, ପରମାନନ୍ଦ ସାହୁ, କୋକିଳ ଶବର, ବିବେକାନନ୍ଦ ମହାପାତ୍ର, ଆଲୋକ କୁମାର ମହାଖୁଡ, ଅରୁଣ କୁମାର ପଣ୍ଡା, ଶିକ୍ଷୟିତ୍ରୀ ଅଞ୍ଜଳି ସାହୁ, ରଶ୍ମିତା ସାହୁ, କୃଷି ଶିକ୍ଷୟିତ୍ରୀ ସବିତା ଜଗତ, ପୁଷ୍ପାଞ୍ଜଳି ପଣ୍ଡା, ବିଦ୍ୟାଳୟ କର୍ମଚାରୀ ମମତା ନାଏକ, ଆରତୀ ପଧାନ, ଚମ୍ପା ମାଝୀ, ଗୋପିମଣି ଶବର, ସମାଜ ଶବର, ସୁନା ମାଝୀ, ସୁଦର୍ଶନ ପାତ୍ର, କ୍ଷିରାବ୍ଧି ଜୁଆଡ,ସଂକିର୍ତନ ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.