କଦଳୀମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ : ଟିକ୍ରାପଡ଼ା ଚମ୍ପିଆନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କଦଳୀମୁଣ୍ଡା ଗାଁ ପଡ଼ିଆରେ ଜୟ ଲାନ୍ତବୁଢା ଫୁଟବଲ କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଉଦଯାପନୀ ମ୍ୟାଚରେ ନାରିକଟା ଦଳକୁ ୨-୦ ଗୋଲରେ ହରାଇ ଟିକ୍ରାପଡ଼ା ଚମ୍ପିୟାନ ହୋଇଥିଲା | ଅକ୍ଷୟ ମାଝୀ, ମକରନ୍ଦ ମାଝୀ, ଗଣେଶ ବାବୁ ଖେଳ ପରିଚାଳନା କରିଥିଲେ | ଜିତେନ୍ଦ୍ର ଧରୁଆ ଧାରା ବିବରଣୀ ପ୍ରଦାନ କରିଥିଲେ | କ୍ଲବ ସଭାପତି ମଦନ ମଲ୍ଲିକଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ରାହୁଲ ଭୁଏଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଟିଟିଲାଗଡ଼ ବିଧାୟକଙ୍କ ପ୍ରତିନିଧି ସର୍ବେଶ୍ୱର ମହାପାତ୍ର, ନୋମିନି ବିମଲ ଶର୍ମା, ଯୁବନେତା ପ୍ରେମାନନ୍ଦ ସ୍ୱାଇଁ, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ଭାରତୀୟ କିଷାନ ସଙ୍ଘ ରାଜ୍ୟ ସମ୍ପାଦକ ମୋହନ ନାଏକ, ସାମାଜିକ କର୍ମୀ ଦୟାନିଧି ବାଗ, ମଧୁ କରନ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ | ଅରବିନ୍ଦ ବାଗ, ଅରୁଣ ବସ୍ତିଆ, ଭୁବନ ବସ୍ତିଆ, ଦୟା ସଲତର, ସୁଶାନ୍ତ ମଲ୍ଲିକ, ଅଶୋକ ବସ୍ତିଆ, ବ୍ରଜରାଜ ସଲତର, ଅମର ବସ୍ତିଆ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.