ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଫାଣ୍ଡି କାର୍ଲିଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପା ବଡ଼ ମାକୁ ହତ୍ୟା କଲା ପୁତୁରା । ରାସ୍ତାରେ ପଡି ରହିଛି ରକ୍ତାକ୍ତ ଦୁଇ ମୃତ ଦେହ । ମୃତକ ହେଲେ ବୁଡୁ ବାଗ ଓ ସଜନେ ବାଗ । ପୂର୍ବ ଶତ୍ରୁତାକୁ ନେଇ ପୁତୁରା ବସନ୍ତ ବାଗ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଗୋଲାମୁଣ୍ଡା ପୋଲିସ ଓ ଦଶପୁର ଫାଣ୍ଡି ପୋଲିସ ଉପସ୍ଥିତ ରହିଛି ।