ଗୁରମୁନି ଗାଁରେ ଶହିଦ ଯବାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ କରମତଳା ଗ୍ରାମପଞ୍ଚାୟତ ଗୁରମୁନିରେ ଗାଁର ଶହୀଦ ଯବାନ ଥବିର ବୁଡେକଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି | ତିନି ବର୍ଷ ତଳେ ଆସାମର ଗୌହାଟିରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟରତ ଥିବା ସମୟରେ ଥବିର ଶହିଦ ହେଇଥିଲେ | ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ଲୋକେ ଭାବବିହ୍ଵଳ ହେବା ସହ ଶହୀଦ ଯବାନ ଅମର ରହେ, ବନ୍ଦେ ମାତରଂ ନାରା ଦେଇଥିଲେ | ଶହୀଦଙ୍କ ପତ୍ନୀ ରୀନା ବୁଡ଼େକ ଓ ତାଙ୍କ ବାପା ମା, ବିଡ଼ିଓ ବିନୟ କୁମାର ଭୋଇ, ଥାନାଧିକାରୀ ସୁଶାନ୍ତ ବଢ଼େଇ, ସରପଞ୍ଚ ତିଳୋତ୍ତମା ବାଗ, ପ୍ରଦୀପ ବାଗ ସୁବାସ ବୁଡ଼େକ, ପିଇଓ ରୁଦ୍ରାକ୍ଷ ଥପା, କରୁଣାକର ବୁଡ଼େକ, ସମାଜ ସେବି ଜିଲ୍ଲା ପୂର୍ବତନ ସୈନିକ ସଙ୍ଘ ସଦସ୍ୟଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ହେମନ୍ତ ବୁଡ଼େକ ମଞ୍ଚ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.