ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ୫ମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୧୫୦ ରନରେ ଟିମ୍ ଇଣ୍ଡିଆ ଶୋଚନୀୟ ଭାବେ ପରାସ୍ତ କରିଛି । ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୨୪୭ ରନ କରିଥିଲା ।
୨୪୮ ରନର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ପଡିଆକୁ ଓହ୍ଲାଇ ୧୦.୩ ଓଭରରେ ୯୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମୀ ୩ଟି ଏବଂ ବରୁଣ ଚକ୍ରବର୍ତି, ଶିବମ ଦୁବେ ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଅଭିଷେକ ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏହି ବୃହତ ବିଜୟ ହାସଲ କରିଛି । ଅଭିଷେକ ୫୪ ବଲରୁ ୭ ଚୌକା ଓ ୧୩ ଛକା ସହାୟତାରେ ୧୩୫ ରନ କରିଥିଲେ । ଏହା ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
ପ୍ରଭାବୀ ପ୍ରଦର୍ଶନ ପାଇଁ ଅଭିଷେକଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ତେବେ ଟି-୨୦ରେ ରନ ବ୍ୟବଧାନ ଦୃଷ୍ଟିକୋଣରୁ ଏହା ଭାରତର ଦ୍ୱିତୀୟ ବୃହତ ବିଜୟ ହୋଇଥିବାବେଳେ ଇଂଲଣ୍ଡର ଏହା ସବୁଠାରୁ ବଡ ପରାଜୟ ।