ଖତଗଦାରୁ ପାଇ ଖେଳୁଥିବା ଯନ୍ତ୍ରାଂଶ ଫାଟିଲା; ୨ ଶିଶୁ ଗୁରୁତର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ଖେଳିଲା ବେଳେ ଫାଟିଗଲା ମୋବାଇଲ ବେଟ୍ରିକ। ବିସ୍ପୋରଣରେ ଦୁଇ ଶିଶୁ ଗୁରୁତର, ବୈଦ୍ୟୁତିକ ଯନ୍ତ୍ରାଂଶ ସହିତ ଖେଳିବା ହେଲା କାଳ। ଯନ୍ତ୍ରାଂଶ ଫାଟି ୨ ଶିଶୁ ଗୁରୁତର। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ପାଢେଲ ଗ୍ରାମରେ। ଆହତ ଶିଶୁମାନେ ଉକ୍ତ ଗ୍ରାମର ଜଗା ସରାଫ ଓ ସଞ୍ଜୀବ ଦଳେଇ। ମିଳିଥିବା ସୂଚନା ଅନୁସାରେ ଜଗା ଓ ସଞ୍ଜୀବ ସ୍କୁଲରୁ ସରସ୍ଵତୀ ପୂଜା କରିବା ପରେ ପାଖରେ ଥିବା ଖେଳ ପଡିଆକୁ ଖେଳିବାକୁ ଯାଇଥିଲେ। ସେଠାରେ ଏକ ଅଳିଆ ଗଦାରୁ କିଛି ବୈଦ୍ୟୁତିକ ଯନ୍ତ୍ରାଂଶ ଉଠାଇଥିଲେ। ଏକ ପଥର ଧରି ତାକୁ ଛେଚୁଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଜଣକର ହାତ ଫାଟି ସମ୍ପୂର୍ଣ୍ଣ ଚମଡା ବାହାରି ଥିବା ବେଳେ ଅନ୍ୟ ଜଣକର ଅଣ୍ଡକୋଷ କ୍ଷତ ହୋଇଥିବା ଜଣାପଡିଛି। ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.