ବ୍ୟାଟିଙ୍ଗ ରେକ୍ୟାଟର ପର୍ଦ୍ଦା ଫାସ: ୫ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): କଣ୍ଟାବାଞ୍ଜିରେ ଅନଲାଇନ ବ୍ୟାଟିଂଙ୍ଗ ଗେମର ପର୍ଦ୍ଧାଫାଶ I ଘଟଣାରେ ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି କଣ୍ଟାବାଞ୍ଜି ପୋଲିସ। ଏଥିସହ ୩ଟି ଲ୍ୟାପଟପ୍, ବ୍ୟାଙ୍କ ପାସବୁକ୍ ଓ ୨୦ ଟି ମୋବାଇଲ ଫୋନ ଜବତ ହୋଇଛି I ପୋଲିସ ସୂଚନା ଅନୁସାରେ କଣ୍ଟାବାଞ୍ଜିର ବଣ୍ଟି ଗୁପ୍ତା ନାମକ ଜଣେ ସାମ୍ବାଦିକଙ୍କ ଘରେ ଅନଲାଇନ ବେଟିଂ ଗେମ୍ ଚାଲିଥିଲା I ଅଭିଯୁକ୍ତ ମାନେ ବଣ୍ଟିଙ୍କ ଘରକୁ ଭଡାରେ ନେଇ ସେଠାରେ ଅନଲାଇନ ବେଟିଂ ଚଳାଇଥିଲେ I ପୋଲିସ ଖବର ପାଇ ସେଠାରେ ପହଂଚି ଚଢ଼ାଉ କରିଥିଲା I ଘଟଣାରେ ୫ ଜଣକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ହିତୁ ଜୈନ ଫେରାର୍ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ବିହାର ରାଜ୍ୟର ୩ ଜଣ ସନ୍ତୋଷ ୟାଦବ, ସୋନୁ ୟାଦବ ଓ ସନ୍ତୋଷ କୁମାର ଓ କଣ୍ଟାବାଞ୍ଜି ନୂଆପଡ଼ା ର କ୍ଷୀରସାଗର ନାୟକ, ବେଲପଡ଼ା ଅଞ୍ଚଳର ଜିତେନ୍ଦ୍ର ପୁଞ୍ଜି । କେବଳ କଣ୍ଟାବାଞ୍ଜି ନୁହେ ରାଜ୍ୟ ବାହାରେ ମଧ୍ୟ ଅନଲାଇନ ବେଟିଂଙ୍ଗ ଚାଲିଥିବା ଜଣାପଡ଼ିଛି। ସେପଟେ ଗିରଫ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି I ହେଲେ ଫେରାର୍ ହିତୁ ଜୈନ ଓ ଘର ମାଲିକ ତଥା ସାମ୍ବାଦିକ ବଣ୍ଟି ଗୁପ୍ତା ଉପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.