ଆଇସିଏସଏସଆର୍ ଆନୁକୁଲ୍ୟରେ ଅନୁଷ୍ଠିତ ହେଲା ସାହିତ୍ୟ ସନ୍ଧ୍ୟା ଓ କବିତା ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଇସିଏସଏସଆର (ICSSR) ଆନୁକୁଲ୍ୟରେ ଏକ ସାହିତ୍ୟ ସନ୍ଧ୍ୟା ଓ କବିତା ଆସର, ସହିଦନଗର ସ୍ଥିତ ଜେହୋବା ଗ୍ରୁପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଅବସର ପ୍ରାପ୍ତ ଆଇଏଏସ ଅଫିସର୍ ଓ ପ୍ରାକ୍ତନ ଓଡ଼ିଶା ସରକାରଙ୍କର ଉନ୍ନୟନ କମିଶନର ତଥା ପ୍ରଥିତଯଶା ସାହିତ୍ୟିକ ଡକ୍ଟର ରବି ନାରାୟଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ସାହିତ୍ୟ ଓ ସମାଜ ସମ୍ପର୍କରେ ତାଙ୍କ ବକ୍ତବ୍ୟ ରଖିଥିଲେ । ସାହିତ୍ୟ କେବଳ ସମସାମୟିକ ଜୀବନ ବା ସମାଜର ପ୍ରତିଫଳନ ନୁହେଁ, ଏହା ବ୍ୟକ୍ତି ଓ ସମାଜକୁ କେଉଁ ଧାରାରେ ଚାଲିବ ତାହା ଦିଗଦର୍ଶନ୍ ଦେଇଥାଏ ! ତେବେ ଏଥିପାଇଁ ସୁସାହିତ୍ୟର ଆବଶ୍ୟକତା ଅଛି ବୋଲି ସେ କହିବା ସହିତ ଓଡ଼ିଶାର ସାହିତ୍ୟ ବହୁତ୍ ସମୃଦ୍ଧ ଓ ଯୁବ ପିଢ଼ି ତାହାର ସଦୁପଯୋଗ କରିବା ଆବଶ୍ୟକ ।

ଏହି ସଭାରେ କବିୟତ୍ରୀ ଓ ସୁଲେଖିକା ସୁଲେଖା ସାମନ୍ତରାୟ ଓ ବିଶିଷ୍ଟ ଔପନ୍ୟାସିକା ରଶ୍ମୀ ରାଉଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର କବିତା ପଢ଼ିବା ସହ ସାହିତ୍ୟର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ । ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନିରଞ୍ଜନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ଆସରରେ, ଜେହୋଭା ଗ୍ରୁପର ମୁଖ୍ୟ ନୃସିଂହ ନାଥ ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ । ଓଡ଼ିଶାର ପ୍ରାକ୍ତନ ଅତିରିକ୍ତ ପୋଲିସ ଡିଜି ଡକ୍ଟର ଗୋପବନ୍ଧୁ ମଲ୍ଲିକ ସଂଗଠନ ର ଆଭିମୁଖ୍ୟ ବର୍ଣ୍ଣନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏଥିରେ ଅନେକ କବି ସେମାନଙ୍କର ନିଜସ୍ଵ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ରବି ନାରାୟଣ ସେନାପତି, ଶ୍ରୀମତୀ ସୁଲେଖା ସାମନ୍ତରାୟ ,ଶ୍ରୀମତୀ ରଶ୍ମି ରାଉଳ, ପ୍ରଫେସର୍ ନିରଞ୍ଜନ ବାରିକ୍, ଡକ୍ଟର ଗୋପବନ୍ଧୁ ମଲ୍ଲିକ, ଡକ୍ଟର ମିହିର ରାୟ, ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରଫେସର ସଂଗ୍ରାମ କେଶରୀ ରାଉତ, ବସନ୍ତ ଦାଶ, ଧରିତ୍ରୀ ପ୍ରିୟଦର୍ଶିନୀ, ନିରୁପମା ସ୍ୱାଇଁ, ସ୍ମୃତି ରଞ୍ଜନ ଦାସ, ଡକ୍ଟର ସୁଶାନ୍ତ ଦାସ, ଦୀପିକା ସାମନ୍ତରାୟ, ଅନୁପ ଅଗ୍ରୱାଲ, ଜଗଦୀଶ ସାହୁ, ବାଦଲ ଜେନା ପ୍ରଭୃତି କବିତା ପାଠ କରିଥିଲେ ।

ଅନ୍ୟତମ ଅବସର ପ୍ରାପ୍ତ ଆଇଏଏସ୍ ଅଫିସର୍ ଓ ପ୍ରାକ୍ତନ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀ କବିନ୍ଦ୍ର ନାଥ ଖଟାଇ ସ୍ଵରଚିତ କବିତା ପାଠ କରିବା ସହ କବିତାର ସମୀକ୍ଷା କରିଥିଲେ ଓ ସମାଜ ପାଇଁ ସାହିତ୍ୟର ଗୁରୁତ୍ଵର ଉଦାହରଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ନିର୍ମଳ ଦାସ, ଅବସରପ୍ରାପ୍ତ ଏସବିଆଇ ବ୍ୟାଙ୍କ୍ ଅଧ୍ୟକ୍ଷ ରେବତୀ ବିଶ୍ଵାଳ, ଶରତ ବେହେରା, ସୁୁଲଗ୍ନା ସୁଚରିତା, ଭାସ୍କର ଚନ୍ଦ୍ର ସେଠୀ, ମିନାକ୍ଷୀ ଚୌଧୁରୀ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁଡ଼ି ପ୍ରଭୃତି ଯୋଗ ଦେଇଥିଲେ। ପରିଶେଷରେ ଡକ୍ଟର ସୁଶାନ୍ତ ଦାସ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରି ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.