ଟ୍ରକ-ବାଇକ୍ ମୁହାଁ ମୁହିଁ: ଜଣେ ମୃତ, ଜଣେ ଆହତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟସ୍ଥ ଥାନା ସାମ୍ନା ବଲାଙ୍ଗୀର ପଟୁ ଦ୍ରୁତଗତିରେ ଆସୁ ଥିବା ଟ୍ରକ ଟିଟିଲାଗଡ଼ ପଟୁ ଆସୁ ଥିବା ବାଇକକୁ ମୁହାଁମୁହିଁ ଧକ୍କା ଦେଇ ଦେଇ ଥିଲା। ଏଥିରେ ଘଟଣା ସ୍ଥଳରେ ଜ୍ଞାନ ରଞ୍ଜନ ବେହେରାଙ୍କ ମୃତ୍ୟୁ ହେଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି ସୂଚନା ଅନୁସାରେ ସଇଁତଲା ନିଜ ସଢୁ ଘରକୁ ବିବାହ କାର୍ଡ ଦେଇ ରୁପ୍ରାକୁ କାର୍ଡ ଦେବା ପାଇଁ ଯାଉଥିବା ସମୟରେ ପୋଲିସ ଷ୍ଟେସନ ନିକଟରେ ଦୃଘଟଣାର ସମ୍ମୁଖିନ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେଇ ଥିଲା। ଅନ୍ୟ ପଟେ ସଇଁତଲା ପୋଲିସ ପହଁଚି ଗାଡି ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.