ନବ ନିର୍ମିତ କଳାହାଣ୍ଡି ଜିଲ୍ଲା ଯାଦବ ଭବନର ପ୍ରତିଷ୍ଠା ସମାରୋହ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାର ସଂକ୍ରିଗୁଡା ଠାରେ ବୁଧବାର କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନବ ନିର୍ମିତ ଯାଦବ ଭବନର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ ଓ ସାଧାରଣ ସମ୍ପାଦକ ଡ଼. ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ନେତୃତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ସଭାପତି ଇଂ ପ୍ରଦୀପ କୁମାର ବେହେରା, ବିଶିଷ୍ଟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଭବନର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ଉପସଭାପତି ଲମ୍ବୋଦର ନିଆଲ, ପୂର୍ବତନ ବିଧାୟକ ମୌଷଧି ବାଗ, ଉତ୍କଳ ଯାଦବ ମହାସଭାର ମହିଳା ଶାଖା ସଭାନେତ୍ରୀ ତଥା ଭବାନୀପାଟଣା ପୈାର ପାଳିକାର ପୂର୍ବତନ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ମୁଖ୍ୟ ଉପଦେଷ୍ଟା ସକିତ ରତେ, ଉତ୍କଳ ଯାଦବ ମହାସଭାର ରାଜ୍ୟ ଯୁବ ସଭାପତି ଅମର ବେହେରା, ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଲ କିଶୋର ପୋଢ, ଉତ୍କଳ ଯାଦବ ମହାସଭାର ସଂପାଦକ ନନ୍ଦଲାଲ ସିଂ ଯାଦବ, ଛତିଶଗଡ଼ ରାଜ୍ୟ ଚାରଗଡ ଯାଦବ ସମାଜ ମହାସଭା ସଭାପତି କେନୁରାମ ଯାଦବ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ମନୋଜ ହାତୀ, ଗୋବିନ୍ଦ ବନଛୋର ଓ ଅମିତ ନାଏକ, ନୂଆପଡ଼ା ଜିଲ୍ଲା ସଭାପତି ଭରତଲାଲ ରାଉତ, ରାଜ୍ୟ ଯୁବ ସମ୍ପାଦକ କପିଳେନ୍ଦ୍ର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଦୁଲ୍ଲଭ ମାହାର, ଅରୁପାନନ୍ଦ ନାଗ ଓ ନରେନ୍ଦ୍ର ବାଗ, ଯୁଗ୍ମ ସମ୍ପାଦକ ଚନ୍ଦ୍ରଶେଖର ବାଗ, କୋଷାଧ୍ୟକ୍ଷ ତୁଳମଣି ନାଗ, ଜିଲ୍ଲା ମିଡ଼ିଆ ସେଲ ମୁଖ୍ୟ ଡ଼. ସୁନୀଲ କୁମାର ଧଙ୍ଗଡାମାଝୀ, ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ରଶ୍ମୀରେଖା ରାଉତ, କର୍ମଚାରୀ ଶାଖା ସଭାପତି ଲକ୍ଷ୍ମଣ ବଛା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ କେସିଙ୍ଗାରୁ ଭବାନୀପାଟଣା ପର୍ଯ୍ୟନ୍ତ ଏକ ବିଶାଳ କାର୍ ଶୋଭାଯାତ୍ରାରେ ହାଜାର ହଜାର ସଂଖ୍ୟାରେ ଯାଦବମାନେ ଯାଇଥିଲେ। ସଂକ୍ରିଗୁଡା ସ୍ଥିତ ନବ ନିର୍ମିତ ଜିଲ୍ଲା ଯାଦବ ଭବନରେ ହୋମଯଜ୍ଞ, ଭବନ ଉଦଘାଟନ ସହ ଏକ ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଯାଦବ ଭବନ ନିର୍ମାଣ ପାଇଁ ଜମିଦାତା ସୁଦର୍ଶନ ବେହେରା, ଇଂ ଶୁଶିଲ ଶବରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଯାଦବ ନେତୃବୃନ୍ଦ। ଏଥିରେ ୧୩ ଗୋଟି ବ୍ଲକ ଓ ୪ଟି ଏନଏସିର ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଶହଶ୍ରାଧିକ ଯାଦବ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଯାଦବ ନେତୃତ୍ବ ନଳିନୀ କାନ୍ତ ରାଉତ, ସତ୍ୟ ନାରାୟଣ ବିଶି, ଅନିରୁଦ୍ଧ ଲହଜଲ, ଆଇନଜୀବୀ ରବିନ୍ଦ୍ର ଲାଲ ଯାଦବ, ଭବାନୀପାଟଣା ସହର ଯାଦବ ସମିତି ଓ ଅନେକ ଯାଦବ ବିଶେଷ ସହଯୋଗ କରିଥିଲେ। ଶେଷରେ ଯୁବ ସଂଗଠକ ପିତବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.