ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ସହରର ହୋଟେଲ୍ ତେଜସ୍ଵୀନରେ ବିଗତ ଶିଶୁ ବିକ୍ରି ଘଟଣାକୁ ନେଇ ସିଡବ୍ଲୁସି ଅଧିକାରୀଣୀ ବିଦ୍ୟୁଲତା ହୁଇକା ସାମ୍ୱାଦିକ ସମ୍ମିଳନୀ ଡ଼କାଇ କହିଛନ୍ତି ଯେ, କେଉଁ କାରଣରୁ ୩/୪ ଜଣଙ୍କୁ ବରଖାସ୍ତ କରାଗଲା ତାହା ଅନୁସନ୍ଧାନ ସାପେକ୍ଷ । ରାୟଗଡ଼ା ଜିଲ୍ଲାର ଜେକେପୁର ଚାନ୍ଦିଲି ଥାନା ଓ ଡମ୍ବସରା ଗୁଣୁପୁର ଥାନାରେ ଶିଶୁ ବିକ୍ରି ଘଟଣାରେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନର ସଚିବ, ନିର୍ଦ୍ଦେଶକଙ୍କୁ ଜଣାଇଲା ପରେ କାହାକୁ ବି ଦାୟି ନ କରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ହେତୁ କମିଟି ଗତ ବର୍ଷ ଡିସେମ୍ବର ମାସରେ ରାୟଗଡ଼ା ବିଧାୟକ ଆୱାଲାସ୍ବାମି କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜଣାଇଥିଲେ । ମାନ୍ୟବର ବିଧାୟକ ବିଧାନସଭାରେ ପ୍ରଶ୍ନ କରିଛନ୍ତି । ତଥାପି କାର୍ଯ୍ୟନୁଷ୍ଠାନ ଶୁନ । ତୀବ୍ର ଆର୍ଥିକ ଅଭାବ ଅନଟନ ହେତୁ ନୂଆପଡା-ଜେକେ ପୁରରେ ଶିଶୁଟି ବିକି ୨୦୦୦୦ ଟଙ୍କା ପାଇଛନ୍ତି ଶିଶୁର ପିତାମାତା । ସେହିପରି ଗୁଣୁପୁର ପୁଟାସିଂ ଅଞ୍ଚଳର ଏକ ନାବାଳିକା ଶିଶୁକୁ ଡ଼ମ୍ବସରା ଅଞ୍ଚଳରେ ଏକ ସନ୍ତାନହୀନ ଦମ୍ପତିଙ୍କୁ ବିକ୍ରୀ କରାଯାଇଛି । ଗୁଣୁପୁର ସି.ଡି.ପି.ଓ ଙ୍କ ରିପୋର୍ଟ କହୁଛି ପିଲାଟି ପୁଟାସିଂ ଅଞ୍ଚଳରେ ଜନ୍ମ ହୋଇଛି ଏକ ନାବାଳିକା ମାଆଙ୍କ ଗର୍ଭରୁ । କିନ୍ତୁ ଗୁଣୁପୁର ଡାକ୍ତର କହୁଛନ୍ତି ସେଇ ପିଲାଟି ଗୁଣୁପୁର ଡାକ୍ତରଖାନାରେ ଜଣେ ମାଆଙ୍କ ଗର୍ଭରୁ ଜନ୍ମ ହୋଇଛି । ଏହି ସବୁ ଘଟଣା ବିଷୟରେ ପ୍ରେସ ବିବୃତି ପ୍ରଦାନ କରିଥିଲେ । ପୁଣି ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଶିଶୁ ମଙ୍ଗଳ କମିଟିର ପ୍ରାକ୍ତନ ଅଧ୍ଯକ୍ଷା ଶ୍ରୀମତୀ ବିଦୁଲତା ହୁଇକା ଦାବୀ କରିଥିଲେ ।