ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ, ୨ ଗାଡ଼ି ଜବତ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୁଲିସ । ୪ ଜଣଙ୍କୁ ଗିରଫ କରିବା ସହ ୫୦ କିଲୋ ଗଞ୍ଜେଇ ଓ ୨ ଗାଡ଼ି ଜବତ କରିଛି ଦାରିଙ୍ଗବାଡି ପୁଲିସ । ୫୯ ନମ୍ୱର ଜାତୀୟ ରାଜପଥ ସ୍ଥିତ ଆମ୍ବ ଖାଲିଆ ଘାଟି ଠାରେ ଦାରିଙ୍ଗବାଡି ପୁଲିସ ପକ୍ଷରୁ ରାତ୍ରି କାଳୀନ ଯାଞ୍ଚ ହେଉଥିବା ବେଳେ ଧରା ପଡ଼ିଥିଲା ଗଞ୍ଜେଇ ଭର୍ତି କାର । ଆଉ ଏହାକୁ ଏସ୍କର୍ଟ ଦେଇଥିବା ବାଇକ୍ କୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ମାନେ ହେଲେ ରମ୍ଭା ଥାନା ଅଂଚଳର ଅରୁଣ ନାହାକ, ବିଶ୍ୱଜିତ ନାହାକ, ରମାକାନ୍ତ ନାହାକ ଓ ବାଲିଗୁଡା ଥାନା ସାମନବାଡି ଗ୍ରାମର ସଞ୍ଜୀବ ଦିଗାଲ । ଜଗେରମାହା ଅଞ୍ଚଳରୁ ଗଞ୍ଜେଇ ନେଇ ରମ୍ଭା ଅଞ୍ଚଳକୁ ଚାଲାଣ କରୁଥିବା ପୁଲିସ ହାତରେ ଧରା ପଡ଼ିଥିଲେ । ଜଣେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ । ପୁଲିସ ଏନେଇ ମାମଲା ନମ୍ୱର ୮୩/୨୫ ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି । ଥାନା ଅଧିକାରୀ କନକ ମାଝୀଙ୍କ ତତ୍ୱାବଧାନ କ୍ରମେ ଏସଆଇ ଜୟନ୍ତ ସେଠୀ, ଲକ୍ଷ୍ମୀ ମାଝୀ ପ୍ରମୁଖ ଚଢଉ ବେଳେ ସାମିଲ ଥିଲେ । ଉକ୍ତ ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଗଞ୍ଜାମ ଜିଲ୍ଲା ସହ ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କିଛି ଚାଲାଣ କାରି ଧରା ପଡୁଥିବା ବେଳେ ଆଉ କିଛି ଚାଲାଣ କାରୀ ପୁଲିସ କୁ ଚକମା ଦେଇ ପଳାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.