ସିବିଏସଇ ଦ୍ୱାଦଶ ପରୀକ୍ଷାରେ ପ୍ରଗତି କଂସେପ୍ଟ ସ୍କୁଲର ବାଜିମାତ : ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ  ରାହୁଲ ମେହେର ୯୫.୬% ନମ୍ବର  ସହ କଳାହାଣ୍ଡି ଜିଲ୍ଲା ଟପ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦିଲ୍ଲୀଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷମାନଙ୍କ ଭଳି ଭବାନୀପାଟଣା ସହରସ୍ଥିତ ପ୍ରଗତି କଂସେପ୍ଟ ସ୍କୁଲ ରେକର୍ଡ ସୃଷ୍ଟି କରିଛି । ଏହି ସ୍କୁଲର ଛାତ୍ର ଶ୍ରୀମାନ ରାହୁଲ କୁମାର ମେହେର ଦ୍ୱାଦଶ ଶ୍ରେଣୀ ବାଣିଜ୍ୟ ବିଭାଗରେ ୯୫.୬% ନମ୍ବର ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରାହୁଲ ହେଉଛନ୍ତି ନୂଆପଡା ଜିଲ୍ଲା ଲିଟିଗୁଡା ଗ୍ରାମର ଲକ୍ଷ୍ମଣ କୁମାର ମେହେର ଓ ଦୀପାଞ୍ଜଳି ମେହେରଙ୍କ ପୁଅ । ସେ ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ନିଜର ଲକ୍ଷ୍ୟ ରଖିଛନ୍ତି । ଏହି ସଫଳତାରେ ରାହୁଲଙ୍କ ଅଭିଭାବକ ଅଭିଭାବିକା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜଣେଇବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ଏହା ସହିତ ଭୂତେଶ୍ୱର ବୋଡ଼କିଆ  ୯୪.୮%,  ଶ୍ରୀୟା ମିଶ୍ର  ୯୨.୬%, ମେହେକ ଅଗ୍ରୱାଲ  ୯୧.୬%  ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଉଲ୍ଲେଖନୀୟ  ସଫଳତାରେ  ପ୍ରଗତି ଅନୁଷ୍ଠାନ ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତଥା ଅଭିଭାବକ ଅଭିଭାବିକାମାନଙ୍କୁ କୃତଜ୍ଞତା ଜଣେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.