ସିବିଏସଇ ଦ୍ୱାଦଶ କଳା ବିଭାଗରେ ପ୍ରଗତି କଂସେପ୍ଟ ସ୍କୁଲର ସଫଳତା : ୯୪.୬% ନମ୍ବର ସହ ରିୟା ଅଗ୍ରୱାଲ ସ୍କୁଲ ଟପ୍ପର

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ରଜତ ବଂଶଲ): ଗତକାଲି ପ୍ରକାଶିତ ସିବିଏସଇ ଦ୍ୱାଦଶ ବାର୍ଷିକ ପରୀକ୍ଷା ଫଳାଫଳରେ କଳା ବିଭାଗରେ ପ୍ରଗତି କଂସେପ୍ଟ ସ୍କୁଲ ଆଶାତୀତ ସଫଳତା ହାସଲ କରିଛି। ଏହି ସ୍କୁଲର ଛାତ୍ରୀ ସୁଶ୍ରୀ ରିୟା ଅଗ୍ରୱାଲ ୯୪.୬% ନମ୍ବର ସହ ସ୍କୁଲ ଟପ୍ପର ହେବା ସହ  ସୁଶ୍ରୀ ଦୀପିକା ମିଶ୍ର ୯୧.୨%, ଶ୍ରୀମାନ ଦିନେଶ କୁମାର ଧରୁଆ  ୯୦.୨% ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ରିୟା ହେଉଛନ୍ତି ଧର୍ମଗଡର ଶ୍ୟାମଲାଲ ଅଗ୍ରୱାଲ ଓ ବବିତା ଅଗ୍ରୱାଲଙ୍କ ଝିଅ। ଏହି ସଫଳତା ନିମନ୍ତେ ସେ ନିଜର ପିତାମାତା ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜର ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଜଣେ ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.