ଭାନପୁରର ବିଶିଷ୍ଟ ମୃଦଙ୍ଗ ବାଦକ ଛନ୍ଦା ଚରଣ ପଧାନଙ୍କ ଦେହାନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଅପରାହ୍ନ ଘ. ୨ ୦୦ ସମୟରେ ନର୍ଲା ବ୍ଲକ୍ ଅନ୍ତର୍ଗତ ଭାନପୁର ଗ୍ରାମର ପ୍ରସିଦ୍ଧ ମୃଦୁଙ୍ଗ ବାଦକ ଛନ୍ଦା ଚରଣ ପଧାନଙ୍କ ୬୮ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ଅବସ୍ଥାରେ ନିଜ ବାସ ଭବନରେ ପରାଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ଧର୍ମ ପତ୍ନୀ, ତିନି ଝିଅ, ଜ୍ବାଇଁ ଏକ ମାତ୍ର ପୁଅ ସୁନିଲ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଭାନପୁର ମାଝୀ ପଡ଼ା ସଙ୍କୀର୍ତ୍ତନ ମଣ୍ଡଳୀର କୀର୍ତ୍ତନ ଦଳ ତାଙ୍କ ମର ଶରୀରର ଅନ୍ତିମ ଯାତ୍ରା ରେ ସାମିଲ ହୋଇଥିଲେ।‌ ତାଙ୍କ ନିଜ ଯାଗାରେ ଶେଷ କୃତ୍ୟ ସଂପନ୍ନ କରାଯାଇ ଥିଲା। ଏକମାତ୍ର ପୁତ୍ର ସୁନୀଲ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକ ଖବର ଜଣା ପଡ଼ିବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୂର୍ ସରପଞ୍ଚ ଅନନ୍ତରାମ ମାଝୀ, ପୂର୍ବତନ ସରପଞ୍ଚ ଧିରୋଜ ପଧାନ,ପୂର୍ବତନ ସମିତି ସଭ୍ୟ ତପନ ପଧାନ, ପରେଶ କୁମାର ପଧାନ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.