ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦିଲ୍ଲୀଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ଚଳିତ ବର୍ଷ ଭବାନୀପାଟଣା ସହରସ୍ଥିତ ପ୍ରଗତି କଂସେପ୍ଟ ସ୍କୁଲ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି । ଏହି ସ୍କୁଲର ଛାତ୍ରୀ ସୁଶ୍ରୀ ଅର୍ପିତା ସାହୁ ୯୫.୪% ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି । ସେହିପରି ସ୍ପନ୍ଦନ ମେହେର ୯୫.୪୦%, ଆଶିଷ କୁମାର ପଟେଲ ୯୫.୪୦%, ମେହେକ ଅଗ୍ରୱାଲ ୯୪.୨୦%, ତୁଷାର ରଞ୍ଜନ ରଣା ୯୩.୪୦%, ସ୍ମୃତିରେଖା ମହାନ୍ତି ୯୧.୪୦%, ଶ୍ରେୟାଂଶୀ ଦାସ ୯୧.୨୦%, ସାଇରାମ ପାଢ଼ୀ ୯୦.୮୦%, ସିଦ୍ଧି ପଣ୍ଡା ୯୦.୮୦%, ଶ୍ରେୟାଂଶ ଜେନା ୯୦% ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି । ଏହି ଉଲ୍ଲେଖନୀୟ ସଫଳତାରେ ପ୍ରଗତି ଅନୁଷ୍ଠାନ ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତଥା ଅଭିଭାବକ ଅଭିଭାବିକାମାନଙ୍କୁ କୃତଜ୍ଞତା ଜଣେଇଛନ୍ତି ।