ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ମେଡିକାଲ ସମ୍ମୁଖ ଗଳି ପୂଜାରୀ ସାହି ରେ ଦୀର୍ଘ ୧୫ବର୍ଷ ରୁ ଉର୍ଦ୍ଧ ଦିନ ହେଲା ରହି ଆସୁଥିବା ପାଳ ଏକ୍ସ-ରେ କ୍ଲିନିକର ମାଲିକ ସଚିନ କୁମାର ପାଳ (୫୫) ବୁଧବାର ଅପରାହ୍ନ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛନ୍ତି l ସୂଚନା ଯୋଗ୍ୟ ଯେ, ସ୍ବର୍ଗତ ପାଳ ବୁଧବାର ଅପରାହ୍ନ ରେ ନିଜ କ୍ଲିନିକ କୁ ଆସିଥିବା କିଛି ରୋଗୀଙ୍କ ଏକ୍ସ-ରେ ବାହାର କରୁଥିବା ସମୟରେ ହଠାତ ତଳେ ପଡି ଯାଇଥିଲେ l ଏହା ଦେଖି କ୍ଲିନିକ ରେ ଥିବା ତାଙ୍କ ସହଯୋଗୀ ମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ କୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ l ତାଙ୍କ ପରଲୋକ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସେ ଏକାଧାରରେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ତଥା ଶାନ୍ତ ସରଳ ସ୍ୱଭାବ ର ବ୍ୟକ୍ତି ଥିଲେ l