ସଚ୍ଚୋଟ କଂଗ୍ରେସ କର୍ମୀ ଗ୍ରସ୍କ ନାୟକଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲା ରେ ସଚ୍ଚା କଂଗ୍ରେସ କର୍ମୀ ଭାବେ ବେଶ ପରିଚିତ ଥିବା ଗ୍ରସ୍କ ନାୟକ (୭୦) (ସାହସ ନାୟକ) ଆଉ ଇହ ଜଗତରେ ନାହାନ୍ତି l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦା ସାହି ନିବାସୀ ଗ୍ରସ୍କୋ ନାୟକ ମଙ୍ଗଳବାର ସନ୍ଧ୍ୟାରେ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରିଥିଲେ l କିଛି ସମୟ ଚିକିତ୍ସା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଖବର ପାଇ ବାଲିଗୁଡା କଂଗ୍ରେସ ଦଳ ପକ୍ଷରୁ କେ. ବଳରାମ ଦୋରା, ଟୁଟୁ ଆଚାରୀ, ଆଲୋକ ନାୟକ, ଅଜୟ ଦିଗାଳ, ଶୁକଦେବ ନାୟକ ଙ୍କ ସମେତ ବହୁ କଂଗ୍ରେସ କର୍ମୀ, ବନ୍ଧୁ ବାନ୍ଧବ ଶୁଭେଛୁ ଗ୍ରସ୍କ ଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଥିଲା l ତଥା କଥିତ ନେତା କର୍ମୀ, କର୍ମକର୍ତ୍ତା, (ଯେ କୋଣସି ରାଜନୈତିକ ଦଳ ହେଉ ନା କାହିଁକି) ଗ୍ରସ୍କ ଙ୍କ ଦଳ ପ୍ରତି ଅନୁଗତ୍ୟ ସବୁଠାରୁ ଉର୍ଧ୍ଵ ରେ, କଂଗ୍ରେସ ଦଳ ପାଇଁ ତାଙ୍କର ଅନୁରକ୍ତି ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ l ଗାନ୍ଧୀ ପରିବାରର ଫୋଟୋ ଆଉ କଂଗ୍ରେସ ଦଳ ର ପତାକା କୁ ନେଇ ସାଇକେଲ ରେ ପ୍ରଚାର ହେଉ କି ସହରର ବିଭିନ୍ନ ଗଳିକନ୍ଦିରେ ଅଙ୍ଗାରରେ ହାତ ଚି଼ହ୍ନ ଆଙ୍କିବା, ଗ୍ରସ୍କ ଙ୍କ ଏହି ଅବଦାନ ବାଲିଗୁଡା ଜନସାଧାରଣ କେବେ ବି ଭୁଲିବେନି l କଂଗ୍ରେସ ଦଳର ଜଣେ ସଚ୍ଚାକର୍ମୀ ଭାବେ ତାଙ୍କ କାର୍ଯ୍ୟଧାରା ପାଇଁ ସେ ସମସ୍ତ ରାଜନୀତିକୁ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବେ l ସେପରି ଏକ ବ୍ୟକ୍ତିଙ୍କ ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଭାବପୂର୍ଣ୍ଣ ଭକ୍ତି ଆଉ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.