ନର୍ଲା-କୁର୍ମେଲ ପ୍ରାଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ମରଣ ଯନ୍ତା ସାଜିଛି ରାସ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ କୁର୍ମେଲ ଗ୍ରାମ ପଞ୍ଚାୟତକୁ ନର୍ଲାର ଉପାନ୍ତ ଅଞ୍ଚଳ ଭାବରେ ବିବେଚନା କରାଯାଉଥିବା ବେଳେ, ଭଲ ରାସ୍ତାଟିଏ ନଥିଲା ଏହି ଗ୍ରାମ ପଞ୍ଚାୟତର ଗୋରକେଲ, ବୁଦେଲଗୁମା, କୁର୍ମେଲ ପ୍ରଭୃତି ସ୍ଥାନକୁ ଯିବାପାଇଁ। ଜନସାଧାରଣଙ୍କ ଦାବୀ ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୧୪ ମସିହାରେ ଭବାନୀପାଟଣାର ଜନୈକ ଠିକାଦାର ରାସ୍ତାକାମ ଆରମ୍ଭ କଲେ। ପ୍ରଥମେ ଅତି ନିମ୍ନ ମାନର କାମକୁ ଜନସାଧାରଣ ବିରୋଧ କରିବା ପରେ ଯାହିତାହି ଭାବରେ କାମଚଳା ରାସ୍ତା ନିର୍ମାଣ କରିଦେଲେ। ହେଲେ ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଲାଣି। ୭.୫ କି.ମି. ରାସ୍ତା ନିର୍ମାଣ ପାଇଁ ସାଢେ ସାତ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରହିଥିଲା। ରାସ୍ତାକୁ ଦେଖିଲେ ଏତେ ଟଙ୍କା ବ୍ୟୟରେ ରାସ୍ତା ହୋଇଥିବା ଭଳି ପ୍ରତୀୟମାନ ହୁଏନି। ନିମ୍ନ ମାନର କାମ ଯୋଗୁଁ ରାସ୍ତା ନିର୍ମାଣର ଗୋଟିଏ ବର୍ଷ ମଧ୍ୟରେ ନଷ୍ଟ ହୋଇଗଲା। ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜୁର୍କାଭଟା ଓ କୁରମେଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୋରକେଲ ଗ୍ରାମ ମଧ୍ୟସ୍ଥ ଗାଡିଆଯୋର ନଦୀ ଉପରେ ରହିଥିବା ବ୍ରିଜ୍ ଦୁଇପାଶ୍ୱର୍ସ୍ଥ ରାସ୍ତା ବର୍ତ୍ତମାନ ସ୍ଥାନୀୟ ଜନସାଧାରଣଙ୍କର ମୁଣ୍ଡ ବ୍ୟଥାର କାରଣ ସାଜିଛି। ୨୦୧୭ ନଈପାଣି ବନ୍ୟାବେଳେ ବ୍ରିଜର ଦୁଇପାଖର ରାସ୍ତାକୁ ସଂପୂର୍ଣ୍ଣ ଭାବରେ ଖାଇ ବଡ ବଡ ଘାଇ ସୃଷ୍ଟି ହୋଇ ଯାଇଥିଲା। ଦୁଇ ମୁଣ୍ଡରେ ମାଟି ଭର୍ତ୍ତିକରି ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରାଯାଇ ଲୋକ ଚଳ ପ୍ରଚଳ ରରଜାଇଥିଲ। ଏମିତିରେ ୫ ବର୍ଷ ବିତିଗଲା। ଏବେ ଗତବର୍ଷ ବ୍ରୀଜ ଦୁଇ ପାଶ୍ୱର୍ରେ କାମ ହୋଇଛି। ନଈ ପାର୍ଶ୍ୱରେ ନାମକୁ ମାତ୍ର ଗାଡୱାଲ ହୋଇଛି ହେଲେ ଏହା କୌଣସୀ କାମ ନୁହଁ ଭଳି ଲାଗୁଛି। କାରଣ ପୁଣି ବ୍ରୀଜର ଦୁଇ ମୁଣ୍ଡରେ ରାସ୍ତା ଖିନ ଭିନ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ମରଣ ଯନ୍ତା ସାଜିଛି। ଏହି ବିପଦ ସଂକୁଳ ରାସ୍ତାଟି ଯୋଗୁଁ ଅନେକ ଥର ଦୁର୍ଘଟଣା ମଧ୍ୟ ଘଟି ସାରିଛି। ହେଲେ ଏଥିପ୍ରତି ଆର୍‌ଡି ବିଭାଗର ମଧ୍ୟ ନିଘା ନାହିଁ। କିମ୍ବା ପ୍ରଶାସନ ମଧ୍ୟ ସ୍ଥାଣୁ ପାଲଟି ଯାଇଛି। ହେଲେ ରାସ୍ତାଟି କିପରି ଉନ୍ନତ ମାନର ତିଆରି ହେବ ସେଥିପ୍ରତି ତିଳେହେଲେ ଆରଡି ବିଭାଗ ଗୁରୁତ୍ୱ ହେଉନଥିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି। କେବଳ ଗୋରକେଲର ସେହି ଗୋଟିଏ ସ୍ଥାନ ବୋଲି ନୁହଁ ନର୍ଲାରୁ କୁର୍ମେଲ ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଲାଣି। ବାସ୍ତବିକ ଜୁର୍କାଭଟା ଗ୍ରାମର ଶେଷ ମୁଣ୍ଡରେ ମରଣ ଯନ୍ତା ପାଲଟିଛି ନର୍ଲା – କୁର୍ମେଲ ରାସ୍ତା। ଏହାକୁ ଅତିଶୀଘ୍ର ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.