ଜୁନାଗଡର କଳା ବିକାଶ କେନ୍ଦ୍ରରେ ଗ୍ରୀଷ୍ମ ଉତ୍ସବ

ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ନୃତ୍ୟ ଓ ତାଇକୋଣ୍ଡୋ ପ୍ରଶିକ୍ଷଣ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଗ୍ରୀଷ୍ମ ବିଦ୍ୟାଳୟ ଅବକାଶ ଅବସରରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ କୌଶଳ ଉନ୍ମୋଚନ ପାଇଁ ଜୁନାଗଡ ସ୍ଥିତ କଳା ବିକାଶ କେନ୍ଦ୍ର ତରଫରୁ ଗୋଟିଏ ବିଶେଷ କ୍ଲାସ ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କ୍ଲାସ ୧ ମଇ ୨୦୨୫ ରୁ ଆରମ୍ଭ ହୋଇ ୧୭ ମଇ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଶେଷ ଦିନ ଅର୍ଥାତ ୧୮ ମଇ ରେ ଉଦଯାପନୀ ଦିବସ ଆୟୋଜିତ ହେବାକୁ ଯାଉଛି, ଯେଉଁଠାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ତାଙ୍କ ଶିକ୍ଷା ଓ ଦକ୍ଷତାର ପରିଣାମ ଦେଖାଇବେ। ଏହି କ୍ଲାସ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ଚିତ୍ରାଙ୍କନ, ନୃତ୍ୟ, ଓ ତାଇକୋଣ୍ଡୋ ରେ ନିୟମିତ ଶିକ୍ଷା ଦିଆଯାଉଛି। ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପରିଚାଳନା କଳା ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ମାନସ ରଞ୍ଜନ ସେଠୀଙ୍କ ଦ୍ୱାରା କରାଯାଉଛି।ଚିତ୍ରାଙ୍କନ କ୍ଲାସରେ ଶିକ୍ଷା ଦେଉଛନ୍ତି ଅନୁଭବୀ ଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଓ ମାନସ ରଞ୍ଜନ ପଣ୍ଡା,ଯେଉଁମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରଙ୍ଗ, ରୂପ ଓ ଅଭିବ୍ୟକ୍ତି ମାଧ୍ୟମରେ ତାଙ୍କର କଳା କ୍ଷମତା ଉନ୍ନତ କରିବା ଶିଖାଉଛନ୍ତି। ନୃତ୍ୟ ଶିକ୍ଷା ପାଇଁ ମୀନକେତନ ଠାପା, ଯୋଗେନ୍ଦ୍ର ପଟ୍ଟନାୟକ, ଓ ସତ୍ୟ ପ୍ରକାଶ ମଲ୍ଲିକ ଏହି କ୍ଲାସରେ ଶିକ୍ଷା ଦେଉଛନ୍ତି। ସତ୍ୟ ପ୍ରକାଶ ମଲ୍ଲିକ ଓଡ଼ିଶୀ ନୃତ୍ୟର ଅନୁଭବୀ ଶିକ୍ଷକ, ଯିଏ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ଶୈଳୀ ମାଧ୍ୟମରେ ଶାରୀରିକ ଅଭିବ୍ୟକ୍ତି ଓ ସାଂସ୍କୃତିକ ମୂଲ୍ୟ ବିଷୟରେ ଦକ୍ଷତା ଅର୍ଜନ କରିବାକୁ ପ୍ରେରିତ କରୁଛନ୍ତି। ତାଇକୋଣ୍ଡୋ ଶିକ୍ଷା ପାଇଁ ଅନୁଭବୀ ଶିକ୍ଷକ ଡ଼. ବଳରାମ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ଓ ଶାରୀରିକ ଶକ୍ତି ବୃଦ୍ଧି ପାଇଁ କ୍ଲାସ ନେଉଛନ୍ତି। ଏହି କ୍ଲାସ ଦ୍ୱାରା ଶିଶୁମାନେ ନ କେବଳ ନିଜର କ୍ଷମତା ବିକାଶ କରୁଛନ୍ତି, ବରଂ ଏହା ମାଧ୍ୟମରେ ସମ୍ମିଳିତ ଶିଖ୍ୟା ଓ ଦଳ ସମନ୍ୱୟର ଅନୁଭୂତି ମଧ୍ୟ ହାସଲ କରୁଛନ୍ତି। ଅନେକ ଅଭିଭାବକ ଅଭିଭାବିକା ଏହି କାର୍ଯ୍ୟକ୍ରମ ପ୍ରତି ଉତ୍ସାହ ପ୍ରକାଶ କରି ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି। ଉଦଯାପନୀ ଦିବସ ଦିନେ ଛାତ୍ରଛାତ୍ରୀମାନେ ତାଙ୍କର ଅଭ୍ୟାସର ଫଳ ଭାବରେ ଏକ ଆକର୍ଷଣୀୟ ଉପସ୍ଥାପନା କରିବେ ବୋଲି ଅନୁମାନ କରାଯାଉଛି। ଏହି ଅନୁଷ୍ଠାନ ଉପରେ ଜୁନାଗଡ ଅଞ୍ଚଳବାସୀଙ୍କ ଦୃଷ୍ଟି ରହିଛି ଓ ଏହା ଅନ୍ୟମାନେ ପାଇଁ ମଧ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିପାରିବେ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.