ସୁବର୍ଣ୍ଣପୁର ଜିଲ୍ଲା ଡୁମାଲ ପରିଷଦ ପକ୍ଷରୁ ଦିବ୍ୟଶ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁମାଳ ପରିଷଦ ଓ ଯୁବ ପରିଷଦ ପକ୍ଷରୁ ଚଳିତ ବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ଓଡ଼ିଶା ରେ ୯୩.୮ ମାର୍କ ରଖି ଦ୍ଵିତୀୟ ହୋଇଥିବା ଦିବ୍ୟଶ୍ରୀ ମେଣ୍ଡିଲି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସୋନପୁର ର ଛାତ୍ରୀ ଦିବ୍ୟଶ୍ରୀ ଙ୍କର ଏହି ସଫଳତା ଯୋଗୁଁ ବିଦ୍ୟାଳୟ ସମେତ ଜିଲ୍ଲା ର ଶିକ୍ଷା ପ୍ରେମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦିବ୍ୟଶ୍ରୀ ସହରର ବ୍ୟବସାୟୀ ସତ୍ୟ ନାରାୟଣ ମେଣ୍ଡିଲି ଓ ସବିତା ମେଣ୍ଡିଲି ଙ୍କର ଦ୍ବିତୀୟ ଝିଅ ଅଟନ୍ତି। ଆଜି ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ନେତୃତ୍ବରେ ଦିବ୍ୟଶ୍ରୀ ମେଣ୍ଡିଲି ଙ୍କ ବାସଭବନକୁ ଯାଇ ସ୍ବାଗତ ସମ୍ବର୍ଧନା ଜଣାଇଥିବା ବେଳେ ଡୁମାଳ ଜାତି ସମାଜ ପାଇଁ ଦିବ୍ୟଶ୍ରୀ ଏକ ଲକ୍ଷ୍ମୀ ରତ୍ନ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ସଫଳତା ପାଇଁ ଡୁମାଳ ଜାତି ସମାଜ ଗୌରବ ମନେ କରୁଛି ଓ ଆଗାମୀ ଦିନରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବ ବୋଲି ସଭାପତି ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟ ଉପ-ସଭାପତି ଲୋକନାଥ ମାହାର, ଜିଲ୍ଲା ଯୁବ ପରିଷଦ ସୁବର୍ଣ୍ଣପୁର ସଭାପତି ବିଜୟ ରଞ୍ଜନ କର୍ମୀ, କଳାପଥର କେନ୍ଦ୍ର ସଭାପତି ରବି ବଘାର ଓ ଜିଲ୍ଲା ସଂଯୋଜକ ସୁରେଶ ପାତ୍ର ଉପସ୍ଥିତ ଥିବା ସହ ଏହି ସଫଳତାରେ ଜିଲ୍ଲା ର ଗୌରବ ବୃଦ୍ଧି କରିଥିବା ଦିବ୍ୟଶ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.