ବାଲେଶ୍ଵର ଠାରେ ଅନୁଷ୍ଠିତ ହେଲା ଆଞ୍ଚଳିକ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପରାମର୍ଶ କର୍ମଶାଳା

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ନୋସି ଅଡ଼ିଟରିୟମ ଠାରେ ଆଞ୍ଚଳିକ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପରାମର୍ଶ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସମେତ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ଜିଲ୍ଲା ପରିଷଦର ସଭାପତି ଶ୍ରୀ ନାରାୟଣ ପ୍ରଧାନ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ।

ପ୍ରାରମ୍ଭରେ ଅତିଥି ମାନଙ୍କ ପରିଚୟ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମଧୁସ୍ମିତା ସାମନ୍ତରାୟ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଆଞ୍ଚଳିକ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପାଇଁ ମଞ୍ଚାସିନ ଅତିଥି ମାନଙ୍କ ପରାମର୍ଶ ନିମନ୍ତେ ଆମନ୍ତ୍ରଣ କରିଥିଲେ।

ଏହି କର୍ମଶାଳାର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ ଓଡ଼ିଶାର ୨୦୩୬ ଭାଷାଭିତ୍ତିକର ରାଜ୍ୟ ଭାବେ ଶହେ ବର୍ଷ ପୂର୍ତ୍ତି ଏବଂ ଭାରତର ୨୦୪୭ରେ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ୩୬ଟି କ୍ଷେତ୍ର ଉପରେ ଦୂରଦୃଷ୍ଟି ରଖି କାର୍ଯ୍ୟ କଲେ ବିଶେଷ ଚର୍ଚ୍ଚା ଆଲୋଚନା ମାଧ୍ୟମରେ ନିଷ୍କର୍ସରେ ଉପନୀତ ହୋଇ ପାରିଲେ ବିକଶିତ ସୁନିଶ୍ଚିତ ବୋଲି ପ୍ରକାଶ କରିଥିଲେ।

ଏହି କର୍ମଶାଳାରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ସରକାରଙ୍କ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ ପଦକ୍ଷେପ ଯଥା ଶ୍ରମ ଗୁରୁତ୍ୱପୂର୍ଣ ଶିଳ୍ପ, ଉଦ୍ୟୋଗୀୟ ପାୱାରହାଉସ, ବିନିଯୋଗ ପାଇଁ ଓଡ଼ିଶା ଏକ ପ୍ରାଥମିକ ଗନ୍ତବ୍ୟ, ନାଗରିକରଣ ଏକ ବୃଦ୍ଧିର ଇଞ୍ଜିନ, ଆଇ.ଟି/ଆଇ.ଟି.ଇ.ଏସ ଉପରେ ଗୁରୁତ୍ୱ, ଥିଙ୍କ ଇଣ୍ଡିଆ – ଥିଙ୍କ ଓଡ଼ିଶା, ଜଳସେଚନ କଭରେଜରେ ବୃଦ୍ଧି, ଫଳପ୍ରଦ ଶାସନ ପାଇଁ ପ୍ରଯୁକ୍ତିର ବ୍ୟବହାର, ଓଡ଼ିଶାରେ କୌଶଳ – ବିଶ୍ୱ ପାଇଁ କୌଶଳ ଏବଂ ପୂର୍ବାଞ୍ଚଳର ଶିକ୍ଷା କେନ୍ଦ୍ର ଉପରେ ଆଲୋକପାତ କରିଥିଲେ। ବାଲେଶ୍ୱରର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଦୁର୍ନୀତିର ମୂଳ ଉତ୍ପାଟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ ଓ ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ନିଜର ବହୁମୂଲ୍ୟ ମତ ବ୍ୟକ୍ତ କରିଥିଲେ। ପରେ ପରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ପ୍ରତିନିଧି ମାନଙ୍କୁ ନେଇ ତିନୋଟି ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ବାଲେଶ୍ୱର ସଦର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅମ୍ଲାନ ନାୟକ ପରାମର୍ଶ କର୍ମଶାଳାର ପରିଚାଳନା କରିଥିଲେ।

ସହରର ଶିଳ୍ପପତି ମାନେ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମରେ ସୁଧାର, ମହାରାଣୀ କୁମାରୀ ମୃଣାଳିକା ଭଞ୍ଜ ଦେଓ ପର୍ଯ୍ୟଟନ କ୍ଷେତ୍ରରେ ତାରକା ହୋଟେଲର ପୁଞ୍ଜିନିବେଶ, ଆଦିବାସୀଙ୍କ ପାରମ୍ପରିକ ଜ୍ଞାନ, କଳାକୃତି ଓ ଆୟୁର୍ବେଦ, ପୂର୍ବତନ ବାଲେଶ୍ୱର ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନାଙ୍କ କୃଷି, ମତ୍ସ୍ୟ ଓ ବନ୍ଦରର ବିକାଶ, କ୍ରୀଡ଼ାବିତ ଦ୍ୟୁତି ଚାନ୍ଦ କ୍ରୀଡ଼ାର ଭିତ୍ତିଭୂମି ସୁଧାର, ପୋଲିସ ପ୍ରଶାସନର ଡି.ଆଇ.ଜି (ପୂର୍ବାଞ୍ଚଳ) ଡ. ସତ୍ୟଜିତ ନାଏକ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ ଆଧୁନିକୀକରଣ ଓ ସାଇବର ସୁରକ୍ଷା, ପି.ଏକ୍ସ.ଇ ନିର୍ଦ୍ଦେଶକ ଓ ଆଇ.ଟି.ଆର ନିର୍ଦ୍ଦେଶକ ବିଜ୍ଞାନ ଓ ଗବେଷଣା ଦେଶର ବିକାଶ ଓ ଆତ୍ମନିର୍ଭରତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରିଶେଷରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଧନ୍ୟବାଦ ଅର୍ପଣ କରି ପରାମର୍ଶ କର୍ମଶାଳାର ସମାପନ ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.