ପିସିସି ସଭାପତିଙ୍କୁ କୋକସରା କଂଗ୍ରେସ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କୋରାପୁଟ ଗସ୍ତ ସମୟରେ କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଶିବ ମନ୍ଦିର ଛକଠାରେ ଉଭୟ ନେତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେହିପରି ଆମପାଣି ଠାରେ ମଧ୍ୟ ଦଳୀୟ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଦାସ ଏବଂ ଓଡ଼ିଶା ପ୍ରଭାରୀ କଳାହାଣ୍ଡିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ଦର୍ଶନ କରି କୋରାପୁଟ ଅଭିମୁଖେ ବାହାରିଥିଲେ। କୋକସରା ଠାରେ ସ୍ବାଗତ ସମ୍ବର୍ଦ୍ଧନା ସମୟରେ ବ୍ଲକ କଂଗ୍ରେସ କମିଟି ସଭାପତି ଲିଙ୍ଗରାଜ ବେହେରା, ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ମାର୍କଣ୍ଡ ବେମାଲ, ନିମାଇଁ ଧଙ୍ଗଡାମାଝୀ, ନାରିନେତ୍ରୀ ରଶ୍ମିରେଖା ରାଉତ, କାମଦେବ ଧଙ୍ଗଡାମାଝୀ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ବ୍ଲକ ଆବାହକ ଅରୁଣ କୁମାର ମାଝୀ, ତ୍ରିଭୁବନ ନାଏକ, ମହେନ୍ଦ୍ର ଧରୁଆ, ମୋଟେର ଯୋନ ସଭାପତି ଯତୀନ୍ଦ୍ର ଦଳେଇ, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, କୋକସରା ଯୋନ ସଭାପତି କମଳ ଲୋଚନ ନାଏକ, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତପସ୍ବିନୀ ପ୍ରଧାନୀ, ଫୁଲତୋଳା ଖମାରି, ମାଧୁରୀ ନିଆଳ ସମେତ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ। ଆମପାଣିଠାରେ ଟିକି ଚନ୍ଦ୍ର ଧଙ୍ଗଡାମାଝୀ ସମେତ ଅନେକ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.