MMU ସ୍ନାତକ ପରୀକ୍ଷା ଫଳ : ପ୍ରଗତି ମହାବିଦ୍ୟାଳୟର ସୋନାଲି ଉଦ୍ଭିଦ ବିଜ୍ଞାନରେ, ସମୀକ୍ଷା କମ୍ପ୍ୟୁଟର ସାଇନ୍ସରେ ଓ ଉତ୍କଳିକା ପ୍ରାଣୀ ବିଜ୍ଞାନରେ ବିଶ୍ୱବିଦ୍ୟାଳୟ ଟପ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ (MMU), କଳାହାଣ୍ଡିର ଶେଷ ବର୍ଷ ସ୍ନାତକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି ମହାବିଦ୍ୟାଳୟ ଐତିହାସିକ ସଫଳତା ହାସଲ କରିଛି। ଚଳିତ ବର୍ଷ ସ୍ନାତକ ପରୀକ୍ଷାରେ ପ୍ରଗତି ମହାବିଦ୍ୟାଳୟର ସୋନାଲି ଯୋଶୀ ଉଦ୍ଭିଦ ବିଜ୍ଞାନ ବିଭାଗରେ, ଉତ୍କଳିକା ପ୍ରିୟଦର୍ଶିନୀ ଜେନା ପ୍ରାଣୀ ବିଜ୍ଞାନ ବିଭାଗରେ, ସମୀକ୍ଷା ପଣ୍ଡା କମ୍ପୁଟର ସାଇନ୍ସ ବିଭାଗରେ ସମୁଦାୟ ତିନି ଜଣ ଛାତ୍ରୀ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଛାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।

ସୋନାଲି ଯୋଶୀ ଉଦ୍ଭିଦ ବିଜ୍ଞାନରେ  ୯.୨୮ ସିଜିପିଏ ମାର୍କ ରଖି, ଉତ୍କଳିକା ପ୍ରିୟଦର୍ଶିନୀ ଜେନା ପ୍ରାଣୀ ବିଜ୍ଞାନରେ ୯.୪୭ ସିଜିପିଏ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସମୀକ୍ଷା ପଣ୍ଡା କମ୍ପ୍ୟୁଟର ସାଇନ୍ସ ବିଭାଗରେ ସର୍ବୋଚ୍ଚ ୯.୦୬ ସିଜିପିଏ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଛାତ୍ରଛାତ୍ରୀମାନଙ୍କର ପ୍ରଚେଷ୍ଟା ଓ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଉଦ୍ୟମରେ ପ୍ରଗତି ଶିକ୍ଷାନୁଷ୍ଠାନ ଅନବରତ ଭାବରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛି।

ବର୍ତ୍ତମାନ ସମୟରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନେକ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ରହି ନିଜକୁ ପ୍ରତିଷ୍ଠିତ କରିଛନ୍ତି।

ଚଳିତ ବର୍ଷର ଉକ୍ତ ଫଳାଫଳକୁ ନେଇ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପରିଚାଳନା ସମିତିର ସଭାପତି ଲକ୍ଷ୍ମୀକାନ୍ତ ବେହେରା ଓ ଅଧ୍ୟକ୍ଷ ତାପସ ପରମାଣିକ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ କୃତଜ୍ଞତା ଜଣେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.