କଶୃପଡ଼ା ମଣ୍ଡଳରେ ବିଜେପିର ତ୍ରିରଙ୍ଗା ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅଧିନସ୍ଥ କଶୃପଡ଼ା ମଣ୍ଡଳରେ ଜିଲ୍ଲା ସଭାପତି ଯୁଗଳ ପୋଢ଼ଙ୍କ ନେତୃତ୍ବରେ ବାଇକ ରେଲି ମାଧ୍ୟମରେ ତ୍ରିରଙ୍ଗା ଯାତ୍ରା କରିଛି ବିଜେପି। ଏଥିରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଅନିରୁଦ୍ଧ ପଧାନ, ବସନ୍ତ ପୁରୋହିତ, ହିରୋ ମହଲାଙ୍କ ସମେତ ଜିଲ୍ଲା ସ୍ତରୀୟ ଏଵଂ କେସିଙ୍ଗାର ବରିଷ୍ଠ ବିଜେପି ନେତୃ ବର୍ଗ ଓ କର୍ମୀ ମାନେ ହାତରେ ଜାତୀୟ ପତାକା ଧରି ସହିଦ ଡୋଲାମଣି ସ୍ମାରକୀ ଠାରୁ ବେଲଖଣ୍ଡି ଶିବ ମନ୍ଦିର ଯାଏଁ ବାଇକ ଶୋଭାଯାତ୍ରା କରିଥିଲେ। ଏହାପରେ ମନ୍ଦିର ପରିସର ରେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଚାଲିଛି। ଗତ ରବିବାର ୧୦/୮ ଦିନ ଜିଲ୍ଲାରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦାନ କରିଥିଲେ। ଏବେ ସାରା ଜିଲ୍ଲାର ବିଭିନ୍ନ ବ୍ଲକ ଓ ମଣ୍ଡଳ ସ୍ତରରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋକଙ୍କୁ ଦେଶାତ୍ମ ବୋଧତା ଏଵଂ ଆମେ ସ୍ୱାଧୀନତା ପାଇବାର ଅମୂଲ୍ୟ ମୁହୂର୍ତ୍ତକୁ ମନେ ପକେଇବା ପାଇଁ ବିଜେପିର ଏହି ପ୍ରୟାସ ଚାଲିବ ବୋଲି ସଭାପତି ଶ୍ରୀ ପୋଢ଼ ସୁଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.