ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ବର୍ଷାରାଣୀ ବୁଡ଼େକ, ଲତିକା କଲେତ, ଦିବ୍ୟଲକ୍ଷ୍ମୀ ଶତପଥି, ଚୁମକି ଦୀପ, ଅମ୍ରିତା ରାଜପଲିଆ, ସିଦ୍ଧି ପଧାନ, ସାନାୟା ବିଶ୍ୱାସ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ | ସୁନୀଲ ରାଜପଲିଆ, ଅର୍ଜୁନ ଖର୍ସେଲ, ବିପିନ୍ଦ୍ର ପୁଟେଲ, ଦୁଲେଶ୍ଵର ଭୁଏ, ଲିଙ୍ଗରାଜ ନାଗ, ରବୀନ୍ଦ୍ର ବାଗ, ପ୍ରଶାନ୍ତ ମେହେର, ବୁଲୁ ପୁଟେଲ, ସୌମ୍ୟରଞ୍ଜନ ବଗର୍ତ୍ତୀ, ତରଣୀ ଖର୍ସେଲ, ପ୍ରଫୁଲ୍ଲ  ମେହେର, ଭାସ୍କର ଧରୁଆ, ଭାଗେଶ୍ଵର ରାଜପଲିଆଙ୍କ ସମେତ ବହୁ ସଂଖ୍ୟାରେ ଅଭିଭାବକ, ଶୁଭାକାଂକ୍ଷୀ ଉପସ୍ଥିତ ରହିଥିଲେ | ପରେ ଛାତ୍ରଛାତ୍ରୀ କମାଣ୍ଡର ଦୀପକ କଲେତ, ଆସିଷ୍ଟାଣ୍ଟ କମାଣ୍ଡର ଆରୋଷ ବାଗ, ମୋହିତ ବିଭାରଙ୍କ ନେତୃତ୍ୱରେ ଗ୍ରାମରେ ଘୋଷବାଦ୍ୟ ସହ ପଥ ସଞ୍ଚଳନ କରିଥିଲେ | କନିଷ୍କ ରାଜପଲିଆ, ଅର୍ମାନ ବାଗ, ପରିତୋଷ ନାଏକ, ଦୁର୍ବାଦଳ ସାହୁ, ଶୁଭମ୍ ବାରିକ, ଲିପୁନ ଚିନ୍ଦା ଘୋଷବାଦ୍ୟ ବାଦନ କରିଥିଲେ | ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର, ଲକ୍ଷ୍ମୀ ନାଗ, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ବନ୍ଦନା ରଣା, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ, ପ୍ରହ୍ଲାଦ ସିନ୍ଧ୍ରୀଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.