ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସରିଆଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି
‘ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟୀ, ଅଭିଭାବକ, ଶିକ୍ଷକ ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଟଙ୍କଧର ସାହାଙ୍କ ତତ୍ତ୍ୱବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ପରିଚାଳନା କମିଟିର ସଭାପତି ରାଜେଶ ବେନିଆ। ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ଅଠର ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପୁଅ ଓ ଝିଅ ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ରାଜ୍ୟ ବ୍ୟାପି ଅଭିଯାନ ପ୍ରକ୍ରିୟା ଅଟେ। ଉକ୍ତ ସଚେତନ ସଭାରେ ଏହି ସବୁ ଦିଗ ଉପରେ ଆଲୋଚନା ହୋଇ ପରେ ବିଦ୍ୟାଳୟରୁ ଏକ ଶୋଭା ଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲା। ବିଭିନ୍ନ ଶିକ୍ଷା ସ୍ଲୋଗାନ ସହ ପ୍ଲା କାର୍ଡ ଧରି ସଚେତନର ବାର୍ତ୍ତା ଦେଇଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ। ସରିଆଁ ପଞ୍ଚାୟତ ଛକ ଓ ଗାଁ ମଝିରେ ରୋଡ ପ୍ଲେ ମାଧ୍ୟମରେ ଦୁଇଟି ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ କମିଟିର ସମସ୍ତ ସଭ୍ୟ / ସଭ୍ୟା, ବିଦ୍ୟାଳୟର ଅନ୍ୟ ସମସ୍ତ ସହ ଶିକ୍ଷକ ସକ୍ରିୟ ଅଂଶ ଗ୍ରହଣ କରି ଅଭିଯାନକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.