ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଅଙ୍ଗନୱାଡି କେନ୍ଦ୍ର ପରିସରରେ ଆଜି ୮ମ ପୋଷଣ ପକ୍ଷ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନର୍ଲା ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ସୁପରଭାଇଜର ଯଶୋବନ୍ତୀ ନାଏକ ଓ ଆଇସିଡିଏସ୍ ପୋଷଣ ବିଭାଗର ବିସି ଉମା ମହାନନ୍ଦ ଉପସ୍ଥିତ ରହି ଜନ୍ମରୁ ପ୍ରଥମ ୬ ବର୍ଷ ଶିଶୁ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ବର୍ଷ ମଧ୍ୟରେ ଶିଶୁର ମସ୍ତିଷ୍କର ବିକାଶ ତୀବ୍ର ଗତିରେ ହୋଇଥାଏ। ତୃଣମୂଳ ସ୍ତରରେ ପ୍ରତ୍ୟେକ ମା’ମାନେ ଶିଶୁ ମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ପୋଷଣର ବିକାଶ ପାଇଁ ସୁଷମ ଖାଦ୍ୟ, ବ୍ୟାୟାମ ଓ ପରିଷ୍କାର ପରିଚ୍ଛନ୍ନତାକୁ ଆପଣାଇ ନିଜ ପିଲାର ବିକାଶ ସାଧନ ପାଇଁ କିଭଳି ଗୁରୁତ୍ୱ ଦେବେ ତାହା ସଚେତନ କରିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ରହିଛି ବୋଲି କହିଥିଲେ। ଏଥିରେ ୨୨ ଗୋଟି ସେଣ୍ଟରର ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସରିଆଁ, ରାକ୍ସି, ଗାଡେବନ୍ଧ ଓ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିଥିଲେ।





