ଓଡ଼ିଆ ବାର୍ତ୍ତା/ ବୁଗୁଡା (କୁମୁଦ ଚନ୍ଦ୍ର ବେହେରା): ମହାରାଷ୍ଟ୍ରର ନାସିକସ୍ଥିତ ଟିସିଏସ୍ ଭଳି ପ୍ରତିଷ୍ଠିତ ସଂସ୍ଥାରେ ବିକୃତ ଜିହାଦି ମାନସିକତାର ଘଟଣାକୁ ନେଇ ସମ୍ପ୍ରତି ଦେଶବ୍ୟାପୀ ଜିହାଦି ମାନସିକତା ବିରୋଧରେ ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ପରିପ୍ରେକ୍ଷୀରେ ଘୁମୁସର ଜିଲ୍ଲା ବୁଗୁଡା ପ୍ରଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ସ୍ଥାନୀୟ ମଦନ ମୋହନ ଛକରେ ଜିହାଦି ମାନସିକତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳର ବିକ୍ଷୋଭକାରୀମାନେ ମଦନ ମୋହନ ଛକରେ ଏକତ୍ରୀତ ହୋଇ ଦେଶବିରୋଧୀତତ୍ତ୍ବଙ୍କ ବିରୋଧରେ ସ୍ଲୋଗାନ ସାଙ୍ଗକୁ ଜିହାଦିଙ୍କ କୁଶପୁତ୍ତଳିକା ଦାହ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥି ସହ ବଜରଙ୍ଗ ଦଳର କର୍ମୀମାନେ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ଯାଳୟରେ ପହଞ୍ଚି ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସ୍ବାମୀ ସତ୍ୟା ନନ୍ଦ ଗିରି, ଘୁମୁସର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ସ୍ବାଇଁ, ନଗର ସଂଯୋଜକ ଗୁଲସନ କୁମାର ସାହୁ, ସହ ସଂଯୋଜକ ସରୋଜ କୁମାର ସାହୁ, ଗୋ-ସୁରକ୍ଷା ପ୍ରମୁଖ ଗୋପାଳ ଗୌଡଙ୍କ ସମେତ ଶିବରାମ ବିଶ୍ବାଳ, ଅବିନାଶ ଦାଶ, ସଂଗ୍ରାମ ଦାଶ, ସ୍ବାଧୀନ ନନ୍ଦ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।





