ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଳି ସଂରକ୍ଷିତ ଜଙ୍ଗଳରେ ଭାଲୁ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସୂଚନାନୁ ସାରେ କୁଟନିଝରଣ ଗାଁ ର କର ନାଗ(୩୪) ଏବଂ ରାଣୀସିଲେଟ ର ଜନ୍ମଜୟ ମାଝୀ (୩୫) ନିଜ ପରିବାରର ପେଟ ପୋଷିବା ପାଇଁ ତିଖାଳି ସଂରକ୍ଷିତ ଜଙ୍ଗଲକୁ ଚାର ଗୋଟାଇବାକୁ ଯାଇଥିଲେ l ଚାର ଗୋଟାଇବା ସମୟରେ ହଟାତ ଭାଲୁ ଆକ୍ରମଣ କରିଥିଲା l ସେମାନଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁରିବାହାଲ ଗୋଷ୍ଠି କେନ୍ଦ୍ରକୁ ପଠାଇ ଥିଲେ l ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭିମ ଭୋଇ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା l ପରେ କର ନାଗଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ସଙ୍କଟାପନ୍ନ ହେବାରୁ ଭୀମସର ବୁର୍ଲା ଓ ପରେ ରାଇପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l କିଛି ଦିନ ତଳେ ତୁରକେଲା ବ୍ଲକ ଝରନି ଗ୍ରାମରେ ମଧ୍ୟ୍ୟ ଭାଲୁ ଆତଙ୍କ ମଚାଇଥିବା ବେଳେ ଏବେ ଅଞ୍ଚଳରେ ଭାଲୁ ଆତଙ୍କ ଲାଗିରହିଛି l ତେବେ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳରେ ଦାବି ହେଉଛି l





