ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଟି ରୋଡ ସ୍ଥିତ ଉଦ୍ୟୋଗ ଭବନରେ ଯୁବନେତା ତଥା ‘ଯୁବ ବାଲେଶ୍ୱର’ର ସଭାପତି ସିମନ ଦାସ ମହାପାତ୍ରଙ୍କ ଦ୍ୱାରା ବାଲେଶ୍ୱରର ବିଭିନ୍ନ ସମୟରେ ରକ୍ତଦାତା ଭାବେ ଏବଂ ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ରରେ ଆଗଧାଡିର ଥିବା ୧୦୦ ଜଣ ଯୁବଯୋଦ୍ଧାଙ୍କୁ ‘ରକ୍ତବୀର ସେବା ସମ୍ନାନ’ରେ ସମ୍ନାନିତ କରାଯାଇଛି। ବିଶେଷ କରି କୋଭିଡ ଏବଂ ବାହାନଗା ରେଳ ଦୁର୍ଘଟଣା ସମୟରେ ଥାଲାସେମିୟା ରୋଗୀଙ୍କୁ ରକ୍ତର ଅଭାବ ସମୟରେ ରକ୍ତ ଯୋଗେଇ ଦେଉଥିବା ରକ୍ତବୀର ମାନଙ୍କୁ ଆଜି ଅତିଥିମାନଙ୍କ ଦ୍ୱାରା ସମ୍ନାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଏଭଳି ମହତ କାମ ପାଇଁ ଯୁବକ ମାନଙ୍କୁ ଧନ୍ୟବାଦ ଦେବା ସହ ଆୟୋଜକଙ୍କ ସାଧୁ ଉଦ୍ୟମକୁ ଧନ୍ୟବାଦ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମ୍ୟୁନିସିପାଲିଟି ଅଧକ୍ଷ୍ୟା ସବିତା ସାହୁ, କବି ପ୍ରଶାନ୍ତ ଦାସ, ରକ୍ତଦାତା ସଙ୍ଘ ସଭାପତି କମଲ ଚକ୍ରବର୍ତ୍ତ, ସଦର ବ୍ଲକ ଅଧକ୍ଷ୍ୟା ସୁନୀତା ବେହେରା, ପୂର୍ବତନ ବ୍ରିଟ୍ ଅଧକ୍ଷ୍ୟ ଆଲୋକ କୁମାର ସାହୁ, ବିବିସିସି ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ଶ୍ରମିକ ନେତା ଶାନ୍ତନୁ ଦାସ, କୃଷକ ନେତା ଅଜୟ ସାମଲ, ବାଦଲ ଦାସ, ଯୁବନେତା ଭାଗବତ ସାହୁ, ଅସିତ ଦାସ, ପ୍ରବୀର ଦାଶ, ଶ୍ରୀମନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଜୀବନ ରକ୍ତବୀର ଭାବେ ଆଗଧାଡିର ସମାଜସେବୀ ସାହିରୁଲ ହକ୍ ଏବଂ ‘ସମ୍ବାଦ ଆମ ଓଡ଼ିଶା’ର ଉତ୍ତର ଓଡିଶା ସଂଯୋଜକ ଲକ୍ଷ୍ମୀଧର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଯୁବ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାଲେଶ୍ୱରରେ ରକ୍ତର ଅଭାବ ନହେବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଆୟୋଜକ ସିମନ ଦାସ ମହାପାତ୍ର କହିଛନ୍ତି।





